ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ହେବ | ଶ୍ରୀଲଙ୍କାରେ ଥିବା ଭାରତୀୟ କ୍ରିକେଟ୍ ଦଳର ଅଲ୍ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଛନ୍ତି। ଫଳରେ ମଙ୍ଗଳବାର ରାତିର ମ୍ୟାଚ୍କୁ ଦିନେ ଘୁଞ୍ଚାଇ ଦିଆଯାଇଛି। ଏହି ମ୍ୟାଚ୍ ବୁଧବାର ରାତି ୮ଟାରେ ଖେଳାଯିବ। କ୍ରୁନାଲଙ୍କ ସହ ମିଶିଥିବା ଭାରତୀୟ ଦଳର ୮ ଜଣଙ୍କୁ ସେମାନଙ୍କ ହୋଟେଲ କୋଠରୀରେ ରହିବାକୁ କୁହାଯାଇଛି। ସେମାନଙ୍କ ନାମ ପ୍ରକାଶ କରା ଯାଇନଥିଲେ ହେଁ କୁହାଯାଇଛି ଯେ ଅଧିକାଂଶ ହେଉଛନ୍ତି ଖେଳାଳି। ମଙ୍ଗଳବାର ସକାଳୁ କ୍ରୁନାଲଙ୍କ ତଣ୍ଟି ଦରଜ ହେବାରୁ ତାଙ୍କର ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରା ଯାଇଥିଲା। ଏହି ରିପୋର୍ଟ ପଜିଟିଭ୍ ଆସିବାରୁ ତୁରନ୍ତ ଆର୍ଟି-ପିସିଆର୍ ପରୀକ୍ଷା କରା ଯାଇଥିଲା। ଏହାର ଫଳ ମଧ୍ୟ ପଜିଟିଭ୍ ଆସିଛି। ଭାରତୀୟ ଶିବିରରେ ଯେପରି ଆଉ କୌଣସି ବ୍ୟକ୍ତି କରୋନା ସଂକ୍ରମିତ ନ ହୁଅନ୍ତୁ; ଏହା ନିଶ୍ଚିତ କରିବା ଲାଗି ଦଳର ସମସ୍ତ ଖେଳାଳିଙ୍କର ଆର୍ଟି-ପିସିଆର୍ ପରୀକ୍ଷା କରିବାକୁ ବିସିସିଆଇ ସମ୍ପାଦକ ଜୟ ଶାହା ନିର୍ଦେଶ ଦେଇଛନ୍ତି। ଏହାର ଫଳାଫଳ ଉପରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବା ନିର୍ଭର କରେ।
More Stories
ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ…..
ଶୁବମନ୍ ଗିଲ୍ ନୂଆ ଟେଷ୍ଟ ଟିମ୍ ଅଧିନାୟକ….
ଆଜିଠୁ ପୁଣି ଆଇପିଏଲ୍ ମ୍ୟାଚ…..