Report Card Odisha

| Daily Odia News

କର୍ଣ୍ଣାଟକରରେ ଆରମ୍ଭ ହେଲା ବାସବରାଜଙ୍କ ରାଜ,ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ….

ରିପୋର୍ଟ କାର୍ଡ / କର୍ଣ୍ଣାଟକ

କର୍ଣ୍ଣାଟକରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ |  ଗୋପନୀୟତାର ଶପତପାଠ କରାଇଛନ୍ତି ରାଜ୍ୟପାଳ ଥାବର ଚନ୍ଦ୍ର ଗେହଲଟ । ମଙ୍ଗଳବାର ବାସବରାଜ ବୋମ୍ମାଇଙ୍କୁ ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ବିଏସ୍ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜ୍ୟରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ଚାଲିଥିଲା ମାନସମନ୍ଥନ | ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ୟେଦିୟୁରପ୍ପା ବାସବରାଜ ବୋମାଇଙ୍କ ନାମ ପ୍ରସ୍ତାବିତ କରିଥିଲେ। ସର୍ବ ସମ୍ମତି କ୍ରମେ ଏବେ ବାସବରାଜ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୬୧ ବର୍ଷୀୟ ବାସବରାଜ ବୋମାଇ ଲିଙ୍ଗାୟତ ସମ୍ପ୍ରଦାୟର। ଉତ୍ତର କର୍ଣ୍ଣାଟକରୁ ଆସିଥିବା ଲିଙ୍ଗାୟତ ନେତା ବାସବରାଜ ବୋମ୍ମାଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଆର ବୋମଇଙ୍କ ପୁତ୍ର । ସେ ୧୯୮୮ରୁ ୧୯୮୯ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ |

 

Breaking News