ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ସରକାର ଅବକାରୀ ନୀତିରେ କେତେକ ପରିବର୍ତ୍ତନ କରିଛନ୍ତି। ପରିବର୍ତ୍ତନ ଅନୁଯାୟୀ, ପୁରୀ ବେଳାଭୂମିରେ ଆଉ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନାହିଁ। ଠିକ୍ ସେହିପରି ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ନିଷିଦ୍ଧ। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ତେଣେ ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ବି ଆଉ ଖୋଲିବନି ମଦ ଦୋକାନ। ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।






More Stories
ପଥର ଖୋଲରୁ ନାବାଳକ ଉଦ୍ଧାର…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ…..
ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ…..