ରିପୋର୍ଟ କାର୍ଡ / ସମ୍ବଲପୁର
ସଂବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ସ୍ଥିତ ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ହେଉଛନ୍ତି ମିର୍ଗାମୁଣ୍ଡା ଅଞ୍ଚଳର। ଗତକାଲି ବିଳମ୍ବିତ ରାତିରେ ବାଙ୍କୀଟିକ୍ରା ଗ୍ରାମରେ ୩ ଜଣ ସାଙ୍ଗ ଜଣେ ବ୍ୟକ୍ତିଙ୍କ ଘରେ ବସି ମଦ ପିଇଥିଲେ। ଏହି ସମୟରେ କୌଣସି ଏକ କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ଜେ. ଶ୍ରୀଧର ନାମକ ଜଣେ ବ୍ୟକ୍ତି ସତ୍ୟନାରାୟଣଙ୍କୁ ହଟାତ ଏକ ବାଡ଼ିରେ ତାଙ୍କ ମୁଣ୍ଡ ପଛ ପଟେ ଆକ୍ରମଣ କରିଥିଲେ। ଫଳରେ ସତ୍ୟନାରାୟଣ ସେଠାରେ ହିଁ ଟଳି ପଡ଼ିଥିଲେ। ଜେ. ଶ୍ରୀଧର ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ସକାଳୁ ସକାଳୁ ପୁଲିସକୁ ସ୍ଥାନୀୟ ଲୋକେ ଏନେଇ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସାଙ୍ଗ ଜେ. ଶ୍ରୀଧରଙ୍କ ମୋବାଇଲ ନମ୍ବର ଟ୍ରାକ କରି ତାଙ୍କୁ ଗିରଫ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଯାଇଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……