Report Card Odisha

| Daily Odia News

କରୋନା ଠାରୁ ଅଧିକ ମାରାତ୍ମକ ଭୂତାଣୁ ଆସିବାର ଆଶଙ୍କା ରହିଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଏହାଠାରୁ ଅଧିକ ମାରାତ୍ମକ ଭୂତାଣୁ ଆସିବାର ଆଶଙ୍କା ରହିଛି | ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି । ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡୋସ୍‌ ଆଧାନୋମ୍‌ ଘେବ୍ରେୟିସସ୍‌ ପୃଥିବୀର ୧୯୪ଟି ରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାର୍ଷିକ ବୈଠକରେ ଏଭଳି କହିଛନ୍ତି । ଆମେରିକା ଭଳି ଦେଶରେ କରୋନା ଟିକାକରଣ ଶୀଘ୍ର କରାଗଲେ ମଧ୍ୟ ସଂକ୍ରମଣ ନ ଥମିବା ଯୋଗୁ ଏଭଳି ଆଶଙ୍କା ସୃଷ୍ଟି ହୋଇଥିବା ସେ କହିଛନ୍ତି । ପୃଥିବୀ ଏବେ ସଙ୍କଟ ସ୍ଥିତିରେ ରହିଛି । କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଟିକାକରଣ ଜରୁରୀ । ତେବେ ବର୍ତ୍ତମାନ ସୁଦ୍ଧା ୧୦ଟି ଦେଶରେ ୭୫ ପ୍ରତିଶତ ଟିକାକରଣ କରାଯାଇଛି । ଅପରପକ୍ଷରେ ଭାକ୍ସିନ୍‌ ଜମା କରି ରଖିବା ଅଭିଯୋଗ ମଧ୍ୟ ହେଉଛି। କିଛି ଦେଶ ଏଭଳି କରି ପୃଥିବୀ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଗରିବ ଦେଶଗୁଡ଼ିକରେ ଟିକାକରଣ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Breaking News