ରିପୋର୍ଟ କାର୍ଡ / ନିଆଳି
ସ୍ବାମୀଙ୍କୁ ସର୍ପାଘାତ ପରେ ବିଷ ପିଇଦେଇଛନ୍ତି ସ୍ତ୍ରୀ। ବିଲକୁ କାମ କରିବାକୁ ଯାଇଥିବାବେଳେ ସ୍ବାମୀକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଜଗତସିଂହପୁର ମେଡିକାଲ ନେବା ବାଟରେ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ବିଷ ପିଇଦେଇଛନ୍ତି ସ୍ତ୍ରୀ। ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ମିଳିଥିବା ସୂଚନାନୁଯାୟୀ, ଏକବେରୁଆଁ ଗାଁର ନଟବର ସ୍ଵାଇଁଙ୍କ ପୁଅ ସୁରେନ୍ଦ୍ର ବିଲରେ ବାଇଗଣ ତୋଳୁଥିଲେ । ଏହି ସମୟରେ ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ସେ ଅଚେତ ହୋଇ ପଡ଼ିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜଗତସିଂହପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଜାଣିବାକୁ ପାଇ ସ୍ତ୍ରୀ ଲତିକା ମର୍ମାହତ ହୋଇ ଘରେ ଥିବା ବିଷ ପିଇ ଦେଇଥିଲେ ।ତେବେ ସୁରେନ୍ଦ୍ରଙ୍କ ଦୁଇଟି ଝିଅ ବିବାହିତ ଏବଂ ଏକମାତ୍ର ପୁଅ ତପନ ( ୩୦) ବିବ୍ୟାଙ୍ଗ । ସେ ଘରେ ପଡ଼ି ରହିଛନ୍ତି।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..