ରିପୋର୍ଟ କାର୍ଡ / ବାଲିଅନ୍ତା ( ପୀତବାସ ଦାଶ )
ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଭିଙ୍ଗାରପୁର ଦୈନିକ ହାଟରେ ସୈଦେଶୀ ଜାଗରଣ ମଞ୍ଚ ଖୋର୍ଦ୍ଧା ତରଫରୁ ବହୁରାଷ୍ଟ୍ରୀୟ କମ୍ପାନୀ ବିରୋଧରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ବିଜୟ କୁମାର ରାଉତରାୟ, ମହାନଗର ସଂଯୋଜକ ଦୁଃଶାସନ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ସହ ସଂଯୋଜକ ସନ୍ତୋଷ କୁମାର ସାହୁ, କାର୍ଯ୍ୟକର୍ତ୍ତା ସୌରଭ କର, କାର୍ତ୍ତିକଚନ୍ଦ୍ର ରାଉଳ, ତପନ କୁମାର ପଣ୍ଡା, ସୁନିଲ କୁମାର ପଣ୍ଡା, ଚୌଧୁରୀ ଯାଜ୍ଞସେନୀ ଦାଶ, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ମାମୁନି ସାହୁ ଓ ଅନେକ ଯୁବକ ଗୋଷ୍ଠୀ ସାମିଲ୍ ହୋଇ ଆମେରିକା ଓ ବିଦେଶୀ ଦ୍ରବ୍ୟ ବର୍ଜନ କରିବାକୁ ଜନସାଧାରଣ ଓ ବ୍ୟବସାୟୀ ସଂଘ କୁ ସଚେତନ କରାଇଥିଲେ।






More Stories
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..