Report Card Odisha

| Daily Odia News

ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ସମ୍ବର୍ଦ୍ଧିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘକୁ ମହାବୀର ନାଟ୍ୟ ଗୌରବ ସମ୍ମାନ ପ୍ରଦାନ ସହିତ ସମ୍ବର୍ଦ୍ଧିତ କାରାଯାଇଛି । ଏହି ଉପଲକ୍ଷେ ମହାବୀର କ୍ରିୟା ଅନୁଷ୍ଠାନ କମିଟି ଆନୁକୁଲ୍ୟରେ ମହାବୀର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ତଥା ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକଙ୍କୁ ଉପଢୌକନ, ମାନପତ୍ର ତଥା ପୁଷ୍ପଗୁଚ୍ଛ ଦିଆଯାଇ ଏହି ସମ୍ମାନ ଜନକ ସମ୍ମାନରେ ସମ୍ମାନୀତ କରାଯିବା ସହ ସଂଘକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରମ୍ପରାକୁ ବଜାୟ ରଖି ଏହି ଅବସରରେ ଦୁଇଟି ଅହୋରାତ୍ର ନାଟକ ଯଥା ସ୍ଥାନୀୟ କଳାକାରମାନଙ୍କୁ ନେଇ ‘ସୁଖ ପାଖେ ଦୁଃଖ ବନ୍ଧା ପଡିଛି’ ଏବଂ ମା ଗୌରି କ୍ଲବ୍‌ର କଳାକାରମାନଙ୍କ ଦ୍ୱାରା ‘କାଲିର ବନ୍ଧନ କଳା ଚନ୍ଦନ’ ମ ସ୍ଥ କରାଯାଇଥିଲା । ଏଥି ସହ ନାଟ୍ୟ ନିର୍ଦ୍ଦେଶକ ତ୍ରିଦେବ ଛୋଟରାୟ. ସଂଗୀତ ନିର୍ଦ୍ଦେଶକ ବିନୟ କୁମାର ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତି ପ୍ରେମୀ, ଅଭିନେତା ଓ ସଂଗଠକ ପ୍ରଦୀପ କୁମାର ସ୍ୱାଇଁ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ସଭାପତି ଦୁଃଶାସନ ସ୍ୱାଇଁ, ସଂପାଦକ ତଥା ପୂର୍ବତନ ବ୍ଲକ୍ ଚେୟାରମ୍ୟାନ କୈଳାସ ଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ଭଗବାନ ସାହୁ ତଥା ଅନଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଳା ଓ ସଂସ୍କୃତିକୁ ବଜାୟ ରଖିବା ଏକ ମହାନ ପର୍ବ ଏବଂ ତାକୁ ବ ।ଇ ରଖି ପାଳନ କରିବା ସମସ୍ତଙ୍କର ଦାୟିତ୍ୱ ଏବଂ କ ର୍ବ୍ୟ ବୋଲି ସମ୍ବର୍ଦ୍ଧନାର ଉ ରରେ ମତବ୍ୟକ୍ତ କରାଯାଇଥିଲା । ସଂଘର ଏହି ଆଭିମୁଖ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

 

 

Breaking News