Report Card Odisha

| Daily Odia News

ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକ ଲଗାଇବାକୁ ମନା କଲେ କୋଲକାତା ହାଇକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମମତାଙ୍କୁ ଲାଗିଲା ଝଟକା | ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଯାଞ୍ଚ ଆଦେଶ ବିରୁଦ୍ଧରେ ମମତା ସରକାର କରିଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ବେଙ୍ଗଲରେ ନିର୍ବାଚନ ପରେ ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗଙ୍କୁ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ । କିନ୍ତୁ ଏହାକୁ ରୋକିବା ପାଇଁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରିଥିଲେ ପଶ୍ଚିମବଙ୍ଗ ସରକାର । ନିର୍ବାଚନୀ ହିଂସାକୁ ନେଇ କୋଲକାତା ଉଚ୍ଚ ନ୍ୟାୟାଳୟର ୫ ଜଣିଆ ଖଣ୍ଡପୀଠ ଦ୍ବାରା ଜାରି ଆଦେଶର ୨ ଦିନ ପରେ ପଶ୍ଚିମବଙ୍ଗ ସରକାର ଏହି ଆବେଦନ କରିଥିଲେ । ଯାହାକୁ କି ଶୁଣାଣି ସମୟରେ ଖାରଜ କରିଦିଆଯାଇଥିଲା । ରାଜ୍ୟ ସରକାର ଅନୁରୋଧ କରିଥିଲେ ଯେ, ଏହି ମାମଲାର ଆଗାମୀ ଶୁଣାଣି ପୂର୍ବରୁ ରାଜ୍ୟ ବିଧି ସେବା ପ୍ରାଧିକରଣର ସଦସ୍ୟଙ୍କ ଦ୍ବାରା ଦିଆଯାଇଥିବା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ହିଂସା ଅଭିଯୋଗ ନେଇ ନିଆଯାଇଥିବା ପଦକ୍ଷେପ ବାବଦରେ ସୂଚନା ଦେବାକୁ ସମୟ ଦିଆଯାଉ । ଅଭିଯୋଗ ଫର୍ଦରେ ଉଲ୍ଲେଖ ରହିଥିଲା ଯେ, ରାଜନୈତିକ ହିଂସା ଏବଂ ଆକ୍ରମଣ ଫଳରେ ଲୋକମାନଙ୍କୁ ନିଜ ଘରୁ ବିସ୍ତାପିତ ହେବାକୁ ପଡିଥିଲା । ସେମାନଙ୍କୁ ଗୋଡାଇ ଗୋଡାଇ ମାଡ ମରାଯାଇଥିଲା । ବ୍ୟକ୍ତିଗତ ସମ୍ପତ୍ତିକୁ ନଷ୍ଟ କରାଯାଇଥିଲା । ଏହା ପରେ ବ୍ୟାପକ ହିଂସା ନେଇ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା ।

Breaking News