ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲା ଏନଆଇଟିରୁ ୧୪ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହା ପରେ ପିଲାଙ୍କୁ କ୍ୟାମ୍ପସ ଛାଡ଼ିବାକୁ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। ଯେଉଁ ପିଲାମାନଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି ସେମାନଙ୍କୁ ହଷ୍ଟେଲ ଖାଲି କରିବାକୁ ଅନୁମତି ଦିଆଯାଇଛି। ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନେ ହଷ୍ଟେଲରେ ରହିବେ ବୋଲି ରେଜିଷ୍ଟ୍ରାର ପ୍ରଦୀକ କୁମାର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଯେଉଁ ପିଲାମାନେ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ବି ହଷ୍ଟେଲରେ ରହିବେ। ସେମାନଙ୍କ କୋଭିଡ ପରୀକ୍ଷା କରାଯିବା ଲାଗି ବ୍ୟବସ୍ଥା ହୋଇଥିବା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତକାଲି ରାଉରକେଲା ଏନଆଇଟିର ୧୪ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଜିହ୍ନଟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……