Report Card Odisha

| Daily Odia News

ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବାର ଶେଷ ଦିନ। ଏହି ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ । ପିପିଲିରୁ ରାଲିରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ ଦୁଇ ଦଳର ପ୍ରାର୍ଥୀ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଆଶ୍ରିତ ପଟ୍ଟନାୟକ ଏବେ କର୍ମୀଙ୍କୁ ନେଇ ଲୋକଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରିଛନ୍ତି । ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରସାଦ ମହାରଥୀଙ୍କୁ ଟିକେଟ ଦେବା ପରେ ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ ଦେଖା ଦେଇଛି । ପିପିଲି ଓ ଡେଲାଙ୍ଗ ଦୁଇ ବ୍ଲକରେ ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ଟିମ ଗଢି ପ୍ରଚାରକୁ ଆଗକୁ ନେବାକୁ ରଣନୀତି କରିଛି ବିଜେଡି । ଦଳୀୟ ନେତା ଓ କର୍ମୀଙ୍କ ନେଇ ପିପିଲିରୁ ଶୋଭାଯାତ୍ରାରୁ ବାହାରି ରୁଦ୍ର ନାମାଙ୍କନ ପତ୍ର ଦାଖଲ କରିବେ। କଂଗ୍ରେସ ମଧ୍ୟ ଏଠାରେ ନିଜର ଦବଦବା ଜାହିର ପାଇଁ ଉଦ୍ୟମ ଚଳାଇଛି । ଏପ୍ରିଲ ୩ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ଏପ୍ରିଲ ୧୭ରେ ପିପିଲି ଭୋଟ ହେବ ।

Breaking News