ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାରୀ କର୍ମଚାରୀ ଯଦି କେଭିଡ ଟିକା ନ ନେବେ, ତେବେ ତାଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଦରମା ବନ୍ଦ କରିଦିଆଯିବ। ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉତ୍ତରପ୍ରଦେଶ ଫିରୋଜାବାଦ ଜିଲ୍ଲା ପ୍ରଶାସନ। କୁହାଯାଇଛି ଯେ ସରକାରୀ କର୍ମଚାରୀମାନେ ଟିକା ନ ନେବା ପର୍ଯ୍ୟନ୍ତ ସେମାନଙ୍କୁ ସେମାନଙ୍କର ବେତନ ପ୍ରଦାନ କରାଯିବ ନାହିଁ। ଜିଲାର ମୁଖ୍ୟ ବିକାଶ ଅଧିକାରୀ ଚର୍ଚ୍ଚିତ ଗଉର କହିଛନ୍ତି, ଜିଲାପାଳ ଚନ୍ଦ୍ରବିଜୟ ସିଂ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ଟ୍ରେଜେରୀ ଅଫିସର ଏବଂ ଅନ୍ୟ ବିଭାଗୀୟ ମୁଖ୍ୟମାନଙ୍କୁ ମଧ୍ୟ ଏହି ଆଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାହାସହିତ କେଉଁ ସରକାରୀ କର୍ମଚାରୀମାନେ ଟିକା ନେବାକୁ ବାକି ରହିଛନ୍ତି, ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି।
More Stories
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଟ୍ରାଫିକ ଚାଲାଣରେ ମିଳିବ ରିହାତି……
ଶିଖମାନଙ୍କ ଉପରେ ବୟାନ ପାଇଁ ରାହୁଲଙ୍କ ଘର ଆଗରେ ବିକ୍ଷୋଭ…..