Report Card Odisha

| Daily Odia News

ବଡିକୋନ୍ ଡ୍ରେସ୍ ପାଇଁ ଟ୍ରୋଲ୍‌ ହେଲେ ନୋରା…..

ରିପୋର୍ଟ କାର୍ଡ / ମୁମ୍ବାଇ

ବଲିଉଡ୍‌ ଇଣ୍ଟଷ୍ଟ୍ରୀର ହଟ୍‌ ଆଣ୍ଡ ବୋଲ୍ଡନେସ୍‌ ପାଇଁ ନୋରା ଫତେହି ବେଶ୍‌ ଜଣା ଶୁଣା । ନୋରା ତାଙ୍କ ଡ୍ୟାନ୍ସ ବଳରେ ଇଣ୍ଡଷ୍ଟ୍ରୀ ସମେତ ତାଙ୍କ ଫ୍ୟାନ୍ସ ଫୋଲର୍ସଙ୍କୁ ଦିୱାନ କରିଥାନ୍ତି । କିନ୍ତୁ ତାଙ୍କର ଏକ ବୋଲ୍ଡନେସ୍‌କୁ ନେଇ ଇଣ୍ଡଷ୍ଟ୍ରୀରେ ସବୁ ବେଳେ ଚର୍ଚ୍ଚା ଲାଗି ରୁହେ । ନୋରା ନିଜ ସୁନ୍ଦର ଷ୍ଟାଇଲ୍‌ ଦ୍ୱାରା ନିଜ ତାଙ୍କ ପ୍ରଶଂସକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ବହୁତ ଭଲ ଭାବରେ ଜାଣନ୍ତି । ହେଲେ ନୋରା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍ ରୁହନ୍ତି । ସବୁବେଳେ ଫ୍ୟାନ୍ସଙ୍କ ସହ ଫଟୋ ଉଠାଇବା ସହ ଭିଡିଓ ବନାଇ କିଛି ନା କିଛି ସେୟାର କରୁଥାନ୍ତି । ଏହାରି ମଧ୍ୟରେ ପୁଣି ଥରେ ତାଙ୍କ ବୋଲ୍ଡନେସ୍‌ ଅନ୍ଦାଜ୍‌ ପାଇଁ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି । ଅଭିନେତ୍ରୀ ନୋରା ମୁମ୍ବାଇ ସ୍ଥିତ ରାଜ ରାସ୍ତାରେ ଦେଖିବାକୁ ମିଳିଥିଲା ।

ଏଭଳି ଲୁକ୍‌ରେ ଥିବା ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । କିନ୍ତୁ ନୋରାଙ୍କ ଏଥର ଖୁବ୍‌ ବୋଲ୍ଡ ତ ଦେଖାଯାଉଛନ୍ତି ହେଲେ ଏହି ବୋଲ୍ଡ ତାଙ୍କ ପାଇଁ ଅଡୁଆ କରିଛି । ନୋରା ଏଠାରେ ଏକ ଧଳା ରଙ୍ଗର ବଡିକନ୍‌ ପୋଷାକ ପିନ୍ଧିଛନ୍ତି । ଏହା ସହ ନ୍ୟୁଡ୍‌ର ମେକ୍‌ଅପ୍‌ ନେଇଛନ୍ତି ।ନୋରା ଏହି ଡ୍ରେସ୍‌ରେ ବହୁତ ହଟ- ସେକ୍ସି ଓ ଗ୍ଲାମରସ୍‌ ଦେଖା ଯାଉଥିବାର ନଜର ଆସିଛନ୍ତି । ନୋରାଙ୍କର ଏହି ଅନ୍ଦାଜ୍‌ ଦେଖି ତାଙ୍କ ଫ୍ୟାନ୍ସମାନଙ୍କ ହୃଦୟରେ ନିଆଁ ଲାଗିଛି । ତେବେ ନୋରା ତାଙ୍କ ଅଫ୍‌ ହ୍ବାଇଟ୍‌ ଡ୍ରେସ୍‌ରେ ଖୁବ୍‌ ହଟ ଆଣ୍ଡ ଦେଖାଯାଉଥିଲେ ସତ ହେଲେ ଏଥର ତାଙ୍କୁ ଦେଖିଲେ ଲାଗୁନଥିଲା କି ସେ ଏହି ଡ୍ରେସ୍‌ରେ କମ୍ଫଟେବୁଲ୍‌ ଲାଗୁନଥିଲେ । ବୋଧ ହୁଏ ସେ ବାରମ୍ବାର କ୍ୟାମେରା ସାମ୍ନାରେ ପୋଜ୍‌ ଦେଉଥିବା ବେଳେ ଡ୍ରେସ୍‌ ଠିକ୍‌ କରୁଥିବାର ନଜର ଆସିଥିଲେ ।

ନୋରାଙ୍କର ଏହି ଜବରଦସ୍ତ ଷ୍ଟାଇଲର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡି଼ଆରେ ତଥା ଇନଷ୍ଟାଗ୍ରାମ୍‌ରେ ଆକାଉଣ୍ଟରେ ଭାଇରାଲ ହେବାରେ ଲାଗିଛି ।ଅନ୍ୟପଟେ ନୋରା ଫତେହି ୨୦୧୩ରେ ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ରୋର୍‌’ । ତା’ ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ । ସେ ଅନେକ ଫିଲ୍ମରେ ଆଇଟମ୍ ଗୀତରେ ନାଚିଥିଲେ । ନୋରା ତା’ ପରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନୋରାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

Breaking News