Report Card Odisha

| Daily Odia News

ଅକ୍ଟୋବର ୧ ଯୁକ୍ତ ୨ ଅଫଲାଇନ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅକ୍ଟୋବର ୧ରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ଆରମ୍ଭ ହେବ। କରୋନା ଦ୍ଵିତୀୟ ଲହର ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ ୨ ଫଳ ପ୍ରକାଶଥିଲା | ଏହି ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା ଅକ୍ଟୋବର ୧ରୁ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାର ମଧ୍ୟ ଛାତ୍ରୀଛାତ୍ର ପରୀକ୍ଷା ଦେଇପାରିବେ। ଏନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ମିଳିଛି। ୨ଟି ଇଲେକ୍ଟିଭ୍‌ ସବଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହେବ। ଅଫ୍‌ଲାଇନ ପରୀକ୍ଷା ପାଇଁ ୧୩,୦୪୩ ପିଲା ଆବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜୁଲାଇ ୩୧ରେ ପ୍ରକାଶ ପାଇଥିଲା ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ। ବିଜ୍ଞାନରେ ପାସ ହାର ୯୯.୮୮ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ ହାର ୯୯.୯୫ ପ୍ରତିଶତ ରହିଥିଲା।

Breaking News