ରିପୋର୍ଟ କାର୍ଡ / କଟକ
ଗୁରୁଙ୍କୁ ଭଗବାନ ମାନୁଥିବା ବେଳେ ଆଜି ଗୁରୁଙ୍କ ନାମରେ କଳଙ୍କ ଲାଗିଛି। ଗଣିତ ଶିକ୍ଷକ ଅସଦାଚରଣ କରିଥିବା ଭଳି ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ଏଭଳି ଅଭିଯୋଗ ଆସିଛି କଟକ ସହରରୁ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକଙ୍କୁ ଅଟକ ରଖିଛି ମଧୁପାଟଣା ଥାନା ପୋଲିସ । ଅଭିଯୁକ୍ତ ଗୋଟିଏ ଘରୋଇ ସ୍କୁଲରେ ଚାକିରି କରିଛନ୍ତି । ଅଭିଯୋଗ ଅନୁସାରେ, ସଂପୃକ୍ତ ଗଣିତ ଶିକ୍ଷକ ଛାତ୍ରୀଙ୍କୁ ଭିଏସଟି ପରୀକ୍ଷା ବାହାନାରେ ହୋଟେଲକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ ସାର । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । ପୋଲିସ ଗଣିତ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରିଥିବା ନେଇ ଜଣାପଡିଛି |
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……