ରିପୋର୍ଟ କାର୍ଡ / କଟକ
ଗୁରୁଙ୍କୁ ଭଗବାନ ମାନୁଥିବା ବେଳେ ଆଜି ଗୁରୁଙ୍କ ନାମରେ କଳଙ୍କ ଲାଗିଛି। ଗଣିତ ଶିକ୍ଷକ ଅସଦାଚରଣ କରିଥିବା ଭଳି ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ଏଭଳି ଅଭିଯୋଗ ଆସିଛି କଟକ ସହରରୁ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକଙ୍କୁ ଅଟକ ରଖିଛି ମଧୁପାଟଣା ଥାନା ପୋଲିସ । ଅଭିଯୁକ୍ତ ଗୋଟିଏ ଘରୋଇ ସ୍କୁଲରେ ଚାକିରି କରିଛନ୍ତି । ଅଭିଯୋଗ ଅନୁସାରେ, ସଂପୃକ୍ତ ଗଣିତ ଶିକ୍ଷକ ଛାତ୍ରୀଙ୍କୁ ଭିଏସଟି ପରୀକ୍ଷା ବାହାନାରେ ହୋଟେଲକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ ସାର । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । ପୋଲିସ ଗଣିତ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରିଥିବା ନେଇ ଜଣାପଡିଛି |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….