ରିପୋର୍ଟ କାର୍ଡ / ଭୁବନେଶ୍ୱର
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ | ଏହି ସମୟରେ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତା କାଲି ସେ ପାରାଦ୍ୱୀପ ବନ୍ଦର ଓ ତାଳଚରେ କଣିହାଁ ସ୍ଥିତ ଏନଟିପିସି ପ୍ଲାଣ୍ଟ ପରିଦର୍ଶନ କରିବେ। ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଦିନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଖଣି ଅଧିକାରୀମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଆଲୋଚନା କରିବେ। ତା ପରେ ସେ ମହାନଦୀ କୋଲ ଫଲ୍ଡସ ଲିମିଟେଡ ଏମସିଏଲ ଏବଂ ନାଲକୋର ବିଭିନ୍ନ ପରିଚାଳନା କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।ଶେଷରେ କେନ୍ଦ୍ରମନ୍ତ୍ରୀ ଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ।ଏହା ପରେ କିଛି ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଭୁବନେଶ୍ୱର ଠାରେ ଆଲୋଚନା କରି ବା ପରେ ଦିଲ୍ଲୀ ଫେରିଯିବେ।






More Stories
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..