Report Card Odisha

| Daily Odia News

ମାସ୍କ ଚେକିଂ କଡାକଡି, ନ ପିନ୍ଧିଲେ ଗଣିବେ ଫାଇନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଏହାକୁ ଦେଖି ରାଜ୍ୟ ସରକାର ଆକ୍ସନ ମୋଡ଼ରେ | ଏଣିକି ମାସ୍କ ନ ପିନ୍ଧିଲେ କଡାକଡି ହେବ ଫାଇନ୍‌ ଆଦାୟ । ସାମାଜିକ ଦୂରତା ରକ୍ଷା କରିବାକୁ କମିଶନରେଟ୍ ପୋଲିସ ପରାମର୍ଶ ଦେଇଛି । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ସେପଟେ ଆଜିଠାରୁ ଜୋରଦାର ହେବ ଚଢ଼ାଉ। ତ୍ବରାନ୍ବିତ ହେଲା ସଚେତନତା କାର୍ଯ୍ୟକ୍ରମ। ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଦିଆଯିବ ଗୁରୁତ୍ବ। ଅପରାହ୍ନରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଦ୍ବାରା ହେବ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍ଥିତି ଅନୁଧ୍ୟାନ। ଏନଫୋର୍ସମେଣ୍ଟ ପାଇଁ ବିଏମସିକୁ ମିଳିଛି ଅଧିକ ଫୋର୍ସ । ବିଏମସିର ୩ଟି ଜୋନରେ ୬ରୁ ଅଧିକ ସ୍କ୍ବାଡ୍ ଚଢ଼ାଉରେ ସାମିଲ ହେବେ। XIMB ରେ ପ୍ରଥମ ଦିନ ୨୦୧ ଓ ମଙ୍ଗଳବାର ୮୬ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସବୁର RTPCR ଟେଷ୍ଟ କରାଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଗୁରୁବାରଠାରୁ ଭୁବନେଶ୍ବରର ସମସ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ହେବ ଯାଞ୍ଚ ଓ ଟେଷ୍ଟିଂ । ଟ୍ରାଇଡେଣ୍ଟ କଲେଜ ହଷ୍ଟେଲରେ ହେବ ପ୍ରଥମ ଟେଷ୍ଟିଂ। CRPF ପକ୍ଷରୁ ଟେଷ୍ଟିଂ ପାଇଁ ଆବେଦନ କରାଯାଇଛି । ପର୍ଯ୍ୟାୟକ୍ରମେ ସବୁ ହଷ୍ଟେଲରେ ହେବ ଟେଷ୍ଟିଂ । କୋଭିଡ୍ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ। ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

 

Breaking News