ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସ୍ଥିତି ବିଗିଡିଥିବା ବେଳେ ଏବେ କଠୋର ହୋଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ କରୋନା ସ୍ଥିତି ସମୀକ୍ଷାକରି ରାଜ୍ୟରେ ୧୦ ଦିନ ସ୍ପେଶାଲ ଡ୍ରାଇଭ୍ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରଠାରୁ ଅମାନିଆଙ୍କୁ ସାବାଡ କରିବାକୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । ଏହି କ୍ରମରେ ରାଜ୍ୟରେ କଠୋର ହୋଇଛି ପୋଲିସ । ସ୍ବତନ୍ତ୍ର କୋଭିଡ୍ କାର୍ଯ୍ୟକାରୀ ଡ୍ରାଇଭରେ ପ୍ରଥମ ଦିନରେ ଓଡ଼ିଶା ପୋଲିସ ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ୯୪୦୦ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେମାନଙ୍କ ଠାରୁ ମୋଟ୍ ୨୫, ୦୭, ୯୦୦ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କୋଭିଡ୍ କାର୍ଯ୍ୟକାରୀ ପଦକ୍ଷେପକୁ ତୀବ୍ର କରିବା ପାଇଁ ସମଗ୍ର ରାଜ୍ୟରେ ୧୩୬ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିବା ଜଣାଯାଇଛି। ପୋଲିସ ପକ୍ଷରୁ ଏହି ସ୍ପେଶାଲ ଡ୍ରାଇଭ ୧୦ ଦିନ ଯାଏଁ ଜାରି ରହିବ ବୋଲି ପୂର୍ବରୁ ଘୋଷଣା ହୋଇଛି । କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।






More Stories
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ…..
ଏସ୍ସିବି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି…..
୪ଟା ଯାଏଁ ଗୃହ ମୁଲତବୀ…..