ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ | କରୋନା ମୁକାବିଲା ପାଇଁ ରାଜ୍ୟରେ ମେ ୫ରୁ ୧୯ ପର୍ଯ୍ୟନ୍ତ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର | ଆଉ ଏହି ସମୟରେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବେ ସରପଞ୍ଚ । ଏନେଇ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ । ଯେଉଁମାନଙ୍କର ଘରେ ସଂଗରୋଧରେ ରହିବା ବ୍ୟବସ୍ଥା ନାହିଁ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରହି ପାରିବେ ବୋଲି ପରାମର୍ଶ ଦେଇଛନ୍ତି | ଏହାଦ୍ୱାରା ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ହୋଇଥିଲେ ବି ଆଉ କାହାକୁ ସଂକ୍ରମିତ କରିପାରିବେ ନାହିଁ । ଏଦିଗରେ ସରପଞ୍ଚମାନେ ଜନସଚେତନା ସୃଷ୍ଟି କରିବା ଦରକାର ବୋଲି କହିଛନ୍ତି ମୁଖ୍ୟ ସଚିବ । ଏହାସହ ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ କରୋନା ଚେନ୍ ଭାଙ୍ଗିବାକୁ ହେଲେ ରାଜ୍ୟବାସୀଙ୍କୁ ସହଯୋଗ ଓ କୋଭିଡ୍ ଗାଇଡଲାଇନକୁ ମାନିବାକୁ ହେବ । ଏବେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମହାମାରୀକୁ ରୋକିବା ପାଇଁ ସରକାର ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ସଚିବ କହିଛନ୍ତି ।
More Stories
କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍….
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….