ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର କରୋନା ସ୍ଥିତି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । କହିଛନ୍ତି ମୁଁ ଆଗରୁ ଚେତାଇଥିଲି କିନ୍ତୁ ମୋ କଥା କେହି ଶୁଣିନଥିଲେ । ଏପରିକି ବୈଜ୍ଞାନିକଙ୍କ କଥା ବି ମାନିନଥିଲେ । ଏବେ ପରିସ୍ଥିତି ବିଗିଡିବା ପାଇଁ କେନ୍ଦ୍ର ହିଁ ଦାୟୀ ବୋଲି ଗଣମାଧ୍ୟମରେ ସାକ୍ଷାତକାର ସମୟରେ ରାହୁଲ ଏପରି କହିଛନ୍ତି । ଭାରତର ମହାମାରୀ ପରିସ୍ଥିତି ସାରା ଦେଶକୁ ଦୋହଲାଇ ରଖିଦେଇଛି । ଏପରିକି କେଉଁଠି ଅକ୍ସିଜେନ ଅଭାବରୁ ଜୀବନ ଯାଉଛି ଆଉ କେଉଁଠି ଶବ ଦାହ ପାଇଁ ଲମ୍ୱା ଲାଇନ ଲାଗୁଛି । ଏପରି ସ୍ଥିତିରେ ଯାହି ବି ଚେତାବନୀ ଦିଆଯାଇଛି କେନ୍ଦ୍ର ସେସବୁକୁ ନଜର ଅନ୍ଦାଜ କରିଛି । ଆଗକୁ ବି ପରିସ୍ଥିତି ଭୟଙ୍କର ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଆହୁରି ସେ କହିଛନ୍ତି ଆମ ଦେଶର କରୋନା ମୁକାବିଲା କ୍ଷେତ୍ରରେ ପଛରେ ରହିଯାଇଛି । ଆମର ସବୁକିଛି ଅଭାବ ରହିଛି । ହସ୍ପିଟାଲରେ ଦାବି ମୁତାବକ୍ ଅକ୍ସିଜେନ ଉପଲବ୍ଧ ହେଉନି । ଡାକ୍ତରମାନେ ବାରମ୍ୱାର ମାଗୁଥିଲେ ବି ଯୋଗାଇ ପାରୁନାହାନ୍ତି କେନ୍ଦ୍ର ସରକାର ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..