ରିପୋର୍ଟ କାର୍ଡ / ଭୁବନେଶ୍ଵର
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି | ଘୋଷଣା ହୋଇଛି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ | କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଆଜି ବିଧାୟକଙ୍କ ସହ ବୈଠକ କରି ମୋହନ ମାଝୀଙ୍କ ନାଁରେ ମୋହର ମାରିଛନ୍ତି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେଉଛନ୍ତି କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝୀ | ଓଡ଼ିଶାରେ ପ୍ରଥମଥର ପାଇଁ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି | ଶ୍ରୀ ସିଂହଦେଓ ପାଟଣାଗଡ଼ରୁ ୬ଷ୍ଠ ଥର ପାଇଁ ବିଧାୟକ ହୋଇଛନ୍ତି। ସେହିପରି ପ୍ରଭାତୀ ଚଳିତ ବର୍ଷ ପ୍ରଥମଥର ପାଇଁ ନିମାପଡ଼ା ଆସନରୁ ବିଜୟୀ ହୋଇଛନ୍ତି। ଆସନ୍ତାକାଲି ଭୁବନେଶ୍ଵର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ଗ୍ରହଣ କରିବେ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି ।






More Stories
ଜେଏସଡବ୍ଲ୍ୟୁ ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ…..
ଏସଆଇଆର ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ଉପରେ ଲାଗିଲା ରୋକ୍…..
ଓଡ଼ିଶାରେ ହେବ ଏସୀୟ ଇନ୍ଡୋର ଆଥଲେଟିକ୍ସ…..