ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ରାଜନୀତିର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଅଚଳାବସ୍ଥା ଓ ଧାନ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସରେ ପହଂଚହିଁ ଥିଲେ ବିଜେପି ବିଧାୟକ । ନବୀନ ନିବାସ ଆଗରେ ଧାରଣା ଦେଇଥିବା ବେଳେ ସେମାନଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଚାଲି ଚାଲି ନବୀନ ନିବାସରୁ ବାହାରି ବିଜେପି ବିଧାୟକଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଧାରଣାସ୍ଥଳରେ ସେମାନଙ୍କ ସହ କଥା ହୋଇ ଆଲୋଚନା କରିବା ପାଇଁ ବିଜେପି ସଦସ୍ୟଙ୍କୁ ଭିତରକୁ ଡାକିଲେ ମୁଖ୍ୟମନ୍ତ୍ରୀ । ନିମନ୍ତ୍ରଣ ପରେ ବିଜେପି ବିଧାୟକମାନେ ଆଲୋଚନା ପାଇଁ ନବୀନ ନିବାସ ଭିତରକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ବିଜେପି ବିଧାୟକ। ଆଲୋଚନ ପରେ ବିଜେପି ବିଧାୟକ କହିଛନ୍ତି କି ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ | ଆଗକୁ କିଛି ନିଷ୍କର୍ସ ବାହାରିବା ନେଇ ଆଶାବ୍ୟକ୍ତ ରହିଛି | ଏହି ଆଲୋଚନା ବେଳେ ବିଜେଡିର କିଛି ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।






More Stories
ଜେଏସଡବ୍ଲ୍ୟୁ ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ…..
ଏସଆଇଆର ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ଉପରେ ଲାଗିଲା ରୋକ୍…..
ଓଡ଼ିଶାରେ ହେବ ଏସୀୟ ଇନ୍ଡୋର ଆଥଲେଟିକ୍ସ…..