ରିପୋର୍ଟ କାର୍ଡ / ଭୁବନେଶ୍ୱର
ବର୍ଷାଦିନେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି କାରଣରୁ ତ୍ୱଚା ଅଧିକ ଅଏଲି ହୋଇଯାଏ। ତେଣୁ ଏହି ଋତୁରେ ଠିକ୍ଭାବେ ତ୍ୱଚାର ଯତ୍ନ ନିଅନ୍ତୁ।
ଦିନକୁ ଅତିକମ୍ରେ ଦୁଇଥର ମୁହଁକୁ କ୍ଲିଞ୍ଜରରେ ଧୁଅନ୍ତୁ। ଅଧିକ ଥର ମୁହଁ ଧୁଅନ୍ତୁ ନାହିଁ। କାରଣ ମୁହଁକୁ ଜୋରରେ ଘଷିଲେ ଗ୍ରନ୍ଥିଗୁଡ଼ିକ ଅଧିକ ସକ୍ରିୟ ହୋଇଯିବା ଫଳରେ ଅଧିକ ତୈଳ ସ୍ରାବ ହୋଇଥାଏ। ମନସୁନ୍ରେ ତ୍ୱଚା ଅନୁସାରେ ହିଁ ବ୍ୟୁଟି ପ୍ରଡକ୍ଟ ସବୁ ବ୍ୟବହାର କରନ୍ତୁ। ବିଶେଷକରି ଅଏଲି ସ୍କିନର ଲୋକେ ଏହି ଋତୁରେ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ସମୟରେ ଅଧିକ ସତର୍କ ହେବା ଉଚିତ୍।
ମନସୁନ୍ରେ ଖାଦ୍ୟ ପ୍ରତି ବିଶେଷଭାବେ ସଚେତନ ହେବା ଜରୁରୀ। ଅତ୍ୟଧିକ ମସଲା ତଥା ତେଲଛଣା ଖାଦ୍ୟ କମ୍ ଖାଇବା ସହିତ ଲୁଣ ମଧ୍ୟ କମ୍ ଖାଇବା ଉଚିତ୍।
ଓଟମିଲ୍ ସ୍କ୍ରବ ଏବଂ ପାଚିଲା ଅମୃତଭଣ୍ଡାକୁ ସ୍କ୍ରବଭାବେ ବ୍ୟବହାର କରିପାରିବେ।
ପ୍ରତିଦିନ ରାତିରେ ଆଣ୍ଟିବାୟୋଟିକ୍ ଟୋନର ଲଗାଇ ଶୋଇବା ଉଚିତ୍। କାରଣ ଏହା ଦ୍ୱାରା ତ୍ୱଚାର ପିଏଚ୍ ଲେବଲ୍ ଠିକ୍ ରହିଥାଏ।
ଶରୀରକୁ ଡିଟାକ୍ସ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ଫଳରେ ବ୍ରଣ ସମସ୍ୟା ସୃଷ୍ଟି ହେବ ନାହିଁ।
ମେକ୍ଅପ୍ ଲଗାଇଥିଲେ ଭଲଭାବରେ ବେବି ୱାଇପ୍ସ କିମ୍ବା ନଡ଼ିଆ ତେଲରେ ସଫା କରନ୍ତୁ।
ବର୍ଷାଦିନେ ମହୁ ଏବଂ ଚିନି ମିଶାଇ ସ୍କ୍ରବ କରନ୍ତୁ। ଏହା ତ୍ୱଚାରେ ଥିବା ମୃତ କୋଷକୁ ବାହାର କରି ରୋମ ଛିଦ୍ରକୁ ଖୋଲି ଦେଇଥାଏ ଓ ତ୍ୱଚା କୋମଳ ହୋଇଥାଏ।
More Stories
ଗୋଲାପ ଜଳ ଦିଏ ଉଜ୍ଜ୍ୱଳ ତ୍ୱଚା…..
ଠିଆ ହୋଇ ପାଣି ପିଉଛନ୍ତି କି ସାବଧାନ…..
ସ୍ୱପ୍ନରେ ଏହି ସବୁ ଦେଖୁଛନ୍ତିକି…..