ମୁମ୍ବାଇ: ଜନ୍ମଦିନକୁ ସମସ୍ତେ ସ୍ପେଶାଲ କରିବା ପାଇଁ ଚାହାନ୍ତି । ଏଥିଲାଗି କିଏ ବାହାରକୁ ବୁଲିବାକୁ ଯାଆନ୍ତି ତ ଆଉ କିଏ ସାଙ୍ଗସାଥୀଙ୍କ ସହ ମିଶି ପାର୍ଟି କରନ୍ତି ଏବଂ କେକ ମଧ୍ୟ କାଟନ୍ତି । ଅଭିନେତା ଅଭିନେତ୍ରୀମାନେ ମଧ୍ୟ ନିଜ ଜନ୍ମ ଦିନକୁ ଖାସ ଦିନ କରିବା ପାଇଁ ବିଶେଷ ପ୍ଲାନିଂ କରିଥାନ୍ତି । କିନ୍ତୁ ନିକଟରେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନିଜ ଜନ୍ମଦିନ ଅବସରରେ କେକ ବଦଳରେ କାଟିବାକୁ ପଡିଛି ୧୦ କିଲୋ ପିଆଜ । ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପିଆଜ କାଟୁଥିବାର ଭିଡିଓକୁ ଉର୍ବଶୀ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉନ୍ଟରେ ସେଆର କରିଛନ୍ତି । ଏହି ଭିଡିଓରେ ସେ ଜଣେ ହୋଟେଲର ସେଫଙ୍କ ସହ ମିଶି ପିଆଜ କାଟୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସେଆର କରି ଉର୍ବଶୀ ଲେଖିଛନ୍ତି ‘ମୋ ଜନ୍ମ ଦିନ ଅବସରରେ ମୋତେ ୧୦ କିଲୋ ପିଆଜ କଟାଇଥିବାରୁ ଧନ୍ୟବାଦ’ । ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବାସହ ଏହାକୁ ତାଙ୍କ ପ୍ରଶଂସକଙ୍କ ମାନେ ଖୁବ୍ ପସନ୍ଦ କରିଛନ୍ତି ।
ଜନ୍ମ ଦିନରେ ଉର୍ବଶୀ କାଟିଲେ ୧୦ କିଲୋ ପିଆଜ

More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..