Report Card Odisha

| Daily Odia News

ବାପାକୁ ହତ୍ୟା କରି କୂଅରେ ପକାଇଲା ପୁଅ….

ପୋର୍ଟ କାର୍ଡ /  ଗଂଜାମ

ଜନ୍ମ କଲା ବାପାକୁ ପ୍ରତିଶୋଧ ପରାୟଣ ହୋଇ ପୁଅ ହତ୍ୟା କରି କୂଅରେ ପକାଇ ଦେଇଛି । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେ । ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗାଁରେ ବୁଲୁ ସାହୁ ନାମକ ବ୍ୟକ୍ତି ଜଣକର ମୃତଦେହ ଏକ କୂଅରୁ ହାତ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଛି। ପରିବାର ଲୋକେ ତାକୁ ହତ୍ୟା କରିବା ପରେ ହାତକୁ ବାନ୍ଧି କୂଅରେ ପକାଇ ଦେଇଥିବା ସନ୍ଦେହ କରୁଛି ପୋଲିସ। ଘରେ ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ବୁଲୁ ସାହୁ କୂଅରେ ପଡିଯାଇଥିବା ନେଇ ତାଙ୍କ ପୁଅ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ମୃତଦେହ ଉଦ୍ଧାରବେଳେ ହାତ ବନ୍ଧା ହୋଇଥିବାରୁ ପୋଲିସକୁ ଖବର ଦେଇଥିଲା ଅଗ୍ନିଶମବାହିନୀ । ଘଟଣାରେ ମୃତକଙ୍କ ଦୁଇ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୃତଦେହକୁ ଭଞ୍ଜନଗର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଯାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

Breaking News