ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ କାନପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ରାତିରେ ଏକ ଲୋଡରକୁ ଯାତ୍ରୀବାହୀ ବସ ଧକ୍କା ଦେବା ଫଳରେ ବସଟି ନିୟନ୍ତ୍ରଣ ହରାଇ ଏକ ପୋଲ ତଳକୁ ଖସି ପଡିବା ଫଳରେଦୁର୍ଘଟଣା ଘଟିଛି । ଉକ୍ତ ବସଟି ଲକ୍ଷେ୍ନଓ ରୁ ଦିଲ୍ଲୀ ଯିବା ସମୟରେ କାନପୁର ଥାନା ସଞ୍ଚିଡୀ ନିକଟରେ ଥିବା ଏକ କାରଖାନା ସମ୍ମୁଖରେ ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ ଅନେକ ଶ୍ରମିକ ରହିଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଯୋଗାଇବା ସହ ଦୁର୍ଘଟଣାର କାରଣ ଓ ସଠିକ ତଦନ୍ତ ପାଇଁ ଉଚ୍ଚ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ମିଳିଛି ।
More Stories
୧୯ରୁ ରାଜ୍ୟରେ ବର୍ଷା ସମ୍ଭାବନା…..
ଅନଲାଇନରେ ଅର୍ଡର କରିଥିଲେ ଲାପଟପ୍ ଆସିଲା ମାର୍ବଲ୍ ପଥର…..
ଟ୍ରମ୍ପ କଲେ ଘୋଷଣା,ବଢିଲା ପନ୍ନୁର ସମସ୍ୟା….