Report Card Odisha

| Daily Odia News

ମାତ୍ର୨ ଦିନ ଚାଲିବ ରାଜଧାନୀ ଏକ୍ସପ୍ରେସ, ଜାଣନ୍ତୁ କେଉଁ କେଉଁ ଦିନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସପ୍ତାହକୁ ୨ ଦିନ ଚାଲିବ ଭୁବନେଶ୍ୱର- ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ । ଯାତ୍ରୀ ହେଉନଥିବା ତଥା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରେଳ ବିଭାଗ ଏପରି ପଦକ୍ଷେପ ନେଇଛି । ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ଭାୟା ଟାଟା କେବଳ ମଙ୍ଗଳବାର ଚାଲିବ। ମେ ୨୧ରୁ ଜୁନ ୧ ଭିତରେ କେବଳ ବୁଧବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିବ । ସେହିପରି ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ଭାୟା ଆଦ୍ରା ଦେଇ କେବଳ ରବିବାର ଚାଲିବ। ରାଜଧାନୀ ଏକ୍ସପ୍ରେସ ନୂଆଦିଲ୍ଲୀରୁୁ ଭାୟା ଆଦ୍ରା ଦେଇ କେବଳ ସୋମବାର ଚାଲିବ। ଏହି ଟ୍ରେନ ଭୁବନେଶ୍ୱରରୁ ୨୬, ନୂଆଦିଲ୍ଲୀରୁ ୨୮ରେ ବାତିଲ ରହିବ। ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ଓ ରାଉରକେଲା ମଧ୍ୟ ବାତିଲ ରହିବ। ମେ’ ୨୨ ଓ ୨୯ ତାରିଖରେ ଭୁବନେଶ୍ୱରରୁ, ୨୩ ଓ ୩୦ରେ ନୂଆଦିଲ୍ଲୀରୁ ବାତିଲ ହୋଇଛି। ପୂର୍ବତଟ ରେଳପଥର ୬ଟି ଦୂରଗାମୀ, ପାସେଞ୍ଜର ଓ ମେମୁ ଟ୍ରେନ୍‌କୁ ମଧ୍ୟ ବାତିଲ କରିଛି। ଆଉ କିଛି ଟ୍ରେନର ସମୟ ନିର୍ଘଣ୍ଟ ପରିବର୍ତ୍ତନ ଓ ସାମୟିକ ବାତିଲ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୫ ତାରିଖରୁ ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ପୁନେ ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି। ମେ’ ୨୭ରୁ ପୁନେରୁ ଛାଡୁଥିବା ସେହି ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌ ସ୍ପେଶାଲ୍‌ ଟ୍ରେନ୍‌ ମେ’ ୨୧ରୁ ୩୧ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସେହିପରି ମେ ୨୨ରୁ ଜୁନ୍‌ ୧ ତାରିଖ ମଧ୍ୟରେ ଜୁନାଗଡ଼ରୁ ଛାଡ଼ୁଥିବା ଏହି ଟ୍ରେନ୍‌କୁ ବାତିଲ କରାଯାଇଛି। ମେ’ ୨୧ରୁ ୩୧ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ଚାଲୁଥିବା ଭୁବନେଶ୍ୱର-ପଲାସା ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି। ମେ’ ୨୧ରୁ ୩୧ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ଚାଲୁଥିବା ସମ୍ୱଲପୁର-ରାୟଗଡ଼ା-ସମ୍ୱଲପୁର ସ୍ପେଶାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି। ମେ’ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ବାଙ୍ଗିରିପୋଷୀ ସ୍ପେଶାଲ୍‌ ଟ୍ରେନ୍‌ ବାତିଲ କରାଯାଇଛି। ସେହିପରି ମେ’ ୨୨ରୁ ଜୁନ୍‌ ୧ ତାରିଖ ମଧ୍ୟରେ ବାଙ୍ଗିରିପୋଷୀରୁ ଛାଡ଼ୁଥିବା ଏହି ସ୍ପେଶାଲ୍‌ ଟ୍ରେନ୍‌ ବାତିଲ କରିଛି ରେଳ ବିଭାଗ।
ମେ’ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ସ୍ପେଶାଲ୍‌ ଟ୍ରେନ୍‌କୁ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଛି।

Breaking News