ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ର ଜଣେ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସହକାରୀ ପ୍ରଫେସର ବାସନ୍ତୀ ଜେନାଙ୍କ ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ଜବତ କରିଛି । ତାଙ୍କ ସ୍ୱାମୀ ଦେବୀପ୍ରସନ୍ନ ଦାସ ମଧ୍ୟ ଓୟୁଏଟିରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି। ଦେବୀପ୍ରସନ୍ନ କହିଛନ୍ତି, ଗତକାଲି ବାସନ୍ତୀ ସ୍ୱାଭାବିକ ଥିଲେ। ଅଫିସ୍ ମଧ୍ୟ ଯାଇଥିଲେ। ଅଫିସରୁ ରାତି ୮ଟାରେ ଫେରିବା ପରେ ମୁଁ ପୁଅକୁ ଧରି ବାହାରକୁ ବୁଲିବାରୁ ଯାଇଥିଲି। ଫେରିବା ପରେ ଗେଟ୍ରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲି। କିଛି ସମୟ ପର୍ଯ୍ୟନ୍ତ ବାସନ୍ତୀ ଗେଟ୍ ନ ଖୋଲିବାରୁ ପାଚେରି ଡେଇଁ ଭିତରକୁ ଯାଇଥିଲି ଓ ତାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲି।






More Stories
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..