ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟେମେନରେ ଥିବା ଗୋଟିଏ ଜେଲ ଉପରେ ଏୟାର ଷ୍ଟ୍ରାଇକ ହୋଇଛି। ଏଥିରେ ୨୦୦ରୁ ଅଧିକ ଲୋକ ମୃତାହତ ହୋଇଥିବା ଖବର ମିଳିଛି। ସେହିପରି ଆଉ ଗୋଟିଏ ପଡ଼ିଆରେ ହୋଇଥିବା ବୋମା ବର୍ଷଣରେ ୩ ଜଣ ଛୋଟ ପିଲାଙ୍କ ଜୀବନ ଯାଇଛି। ଯୁଦ୍ଧ କ୍ଷତିଗ୍ରସ୍ତ ୟେମେନ ୨୦୧୪ରୁ ଇହୁଦୀ ବିଦ୍ରୋହଙ୍କ କବଳରେ ରହିଛି। ସେମାନଙ୍କୁ ଦମନ କରିବା ପାଇଁ ୟୁଏଇ ଓ ଅନ୍ୟ ରାଷ୍ଟ୍ର ପକ୍ଷରୁ ଅନେକ ସମୟରେ ଏୟାର ଷ୍ଟ୍ରାଇକ କରିବାର ନିଜର ରହିଛି। ଏହିକ୍ରମରେ ସାଦାରେ ଥିବା ଗୋଟିଏ ଜେଲ ବିଲଡିଂ ଉପରେ ଘନଘନ ଏୟାର ଷ୍ଟ୍ରାଇକ ହୋଇଛି। ଆକ୍ରମଣ ପରେ ଇହୁଦି ବିଦ୍ରୋହୀଙ୍କ ପକ୍ଷରୁ ଗୋଟିଏ ଭିଡିଓ ଜାରି କରାଯାଇଛି। ଏଥିରେ ଗୋଟିଏ କ୍ଷତିଗ୍ରସ୍ତ ବିଲଡିଂ ମଧ୍ୟରେ ଶତାଧିକ ମୃତ ଓ ଆହତ ବ୍ୟକ୍ତିମାନେ ଛିନଛତ୍ର ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏୟାର ଷ୍ଟ୍ରାଇକ ଏତେ ଭୟଙ୍କର ଥିଲା ଯେ ବିଲଡିଂଟି ପୂରା ମାଟିରେ ମିଶି ଯାଇଛି। ସେହିପରି ହୋଡେଇଡାର ପୋର୍ଟ ସହରରେ ମଧ୍ୟ ଏୟାର ଷ୍ଟ୍ରାଇକ ହୋଇଛି। ଏଠାରେ ଥିବା ଟେଲିକମ୍ୟୁନିକେସନ ବିଲଡିଂ ଉପରେ ସାଉଦି ନେତୃତ୍ୱାଧୀନ ଫୋର୍ସ ଏୟାରଷ୍ଟ୍ରାଇକ କରିଥିଲା। ବିଲଡିଂ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମଗ୍ର ଦେଶରେ ଇଣ୍ଟରନେଟ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏୟାରଷ୍ଟ୍ରାଇକ ବେଳେ ବିଲଡିଂ ନିକଟରେ କିଛି ପିଲା ଖେଳୁଥିଲେ। ଆକ୍ରମଣରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଜୀବନ ଯାଇଛି। ପିଲାମାନେ ନିକଟସ୍ଥ ଫୁଟବଲ ପଡ଼ିଆରେ ଖେଳୁଥିବା ବେଳେ ମିଶାଇଲ ମାଡ଼ର ଶିକାର ହୋଇଥିବା କୁହାଯାଉଛି। ଏୟାର ଷ୍ଟ୍ରାଇକ ପରେ ସାଦାରେ ଥିବା ହସ୍ପିଟାଲ ଗୁଡ଼ିକରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗୋଟିଏ ହସ୍ପିଟାଲରେ ୭୦ ଜଣଙ୍କ ମୃତଦେହ ରହିଥିବା ବେଳେ ୧୩୮ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ସହରର ବିଭିନ୍ନ ହସ୍ପିଟାଲରେ ମଧ୍ୟ ମୃତାହତମାନେ ଭର୍ତ୍ତି ହେଉଥିବା ଦେଖିବାକୁ ମିଳିଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..