ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ଭାଇରସ୍ ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣ କରିଛି । ସବୁ ଆଡେ ହାହା କର ସ୍ଥିତି ଦେଖିବାକୁ ମିଳୁଛି | କରୋନା ରୋଗୀଙ୍କୁ ବଞ୍ଚାଇବା ପାଇଁ ରାହା ସାଜିଛି ରାମବାଣ କହିଥିବା ଅକ୍ସିଜେନ|କରୋନାର ଏହି ନୂଆ ଷ୍ଟ୍ରେନ୍ ସାଂଘାତିକ ହୋଇଥିବା ବେଳେ ଇତିମଧ୍ୟରେ ଦେଶରେ ଅକ୍ସିଜେନର ଅଭାବ ଦେଖାଦେଇଛି। ଏଥିଯୋଗୁ ଏପର୍ଯ୍ୟନ୍ତ ଦେଶରେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି | ତେବେ ରୋଗୀଙ୍କ ଜୀବନ ରକ୍ଷା ଲାଗି ଭାରତ ସରକାର ଅକ୍ସିଜେନ କାରଖାନା ସ୍ଥାପନ ସହ ବିଦେଶରୁ ଅକ୍ସିଜେନ ଆମଦାନୀ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାପରେ ବି ଅକ୍ସିଜେନ ସମସ୍ୟା ଲାଗିରହିଛି। ଅପରପକ୍ଷେ ଅକ୍ସିଜେନ ଅଭାବରୁ ଦିଲ୍ଲୀ, ମହାରାଷ୍ଟ୍ର, ଗୋଆ, ଆନ୍ଧ୍ରପ୍ରଦେଶ, କର୍ନାଟକ ଓ ତେଲେଙ୍ଗାନା ସମେତ ଅନ୍ୟ କେତେକ ରାଜ୍ୟରେ ଏପର୍ଯ୍ୟନ୍ତ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି।






More Stories
ପୁରୀରୁ TMC ବିଧାୟକ ଗିରଫ…..
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..