ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପବିତ୍ର ଶାମ୍ବଦଶମୀ । ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଇଥାଏ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଅର୍କକ୍ଷେତ୍ର କୋଣାର୍କ। ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ସୂର୍ଯ୍ୟଦୟ ଦର୍ଶନ କରିଛନ୍ତି। ଶାମ୍ବ ଦଶମୀ ଅବସରରେ ସୂର୍ଯ୍ୟ ରଥଯାତ୍ରା ଏବଂ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି। ୨୭ ଦିନ ଯାଏଁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହେବ। ପୌରାଣିକ କଥାବସ୍ତୁ ଅନୁଯାୟୀ କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କରି ବ୍ୟାଧି ମୁକ୍ତ ହୋଇଥିଲେ। ସେପଟେ ଆଜି ବିନା ପ୍ରବେଶ ଶୁଳ୍କରେ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ବୁଲିପାରିବେ। କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତାମାନଙ୍କ ନିରବଛିନ୍ନ ଆନ୍ଦୋଳନ କାରଣରୁ ୨୦୦୦ ମସିହା ଠାରୁ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ, ମାଘ ଶୁକ୍ଲ ସପ୍ତମୀ ଓ ବିଶ୍ବ ଐତିହ୍ୟ ଦିବସରେ ପର୍ଯ୍ୟଟକମାନଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..