ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସେଥିରେ ଜଣେ ଯୁବତୀ ନିଜକୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଝିଅ ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଯୁବତୀ ଜଣକ କହୁଥିବାର ଶୁଣିବାକୁ ମିଳୁଛି, ‘‘ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ମୋର ବାପା। ମୁଁ ତାଙ୍କର ନିଜ ଝିଅ। ସେ ମୋ ମାଙ୍କୁ ଦାୟିତ୍ୱହୀନ ବୋଲି କହି ଛାଡିଦେଇଥିଲେ। ମୋତେ ବିଶ୍ୱାସ କରନ୍ତୁ। ମୁଁ ସତ କହୁଛି।’’ ଜଣେ ପାକିସ୍ତାନୀ ଝିଅ ଏପରି କହି ଦାବି କରିଛନ୍ତି। ଭିଡିଓରେ ଯୁବତୀ ଜଣକ ପାକିସ୍ତାନୀ ମିଡିଆ ଆଗରେ ଟ୍ରମ୍ପଙ୍କ ଝିଅ ବୋଲି ଦାବି କରି ନିଜକୁ ମୁସଲମାନ ବୋଲି କହୁଛନ୍ତି। ଏହା ସହ ଟ୍ରମ୍ପଙ୍କର ସେ ନିଜ ସନ୍ତାନ ବୋଲି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି କି ମୁଁ ଟ୍ରମ୍ପଙ୍କ ନିଜ ଝିଅ, ଏଥିରେ କୌଣସି ସନ୍ଦେହ ନାହିଁ । ଯୁବତୀ ଜଣଙ୍କ ପୂରା ଆତ୍ମବିଶ୍ୱାସର ସହ ଏହି କଥା ପାକ୍ ମିଡିଆ ଆଗରେ କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାସ୍ତବରେ ଏହି ଭିଡିଓଟି ୨୦୧୮ ଡିସେମ୍ବର ମାସର। ଯାହାକୁ ପାକିସ୍ତାନୀ ଏକ ୱେବସାଇଟରେ ପ୍ରଥମ ଥର ପ୍ରକାଶ କରାଯାଇଥିଲା । ସେହି ସମୟରେ ଏହି ଭିଡିଓକୁ ଏତେ ଧ୍ୟାନ ଦିଆଯାଇନଥିଲା। ଏବେ ଟ୍ରମ୍ପଙ୍କ ବିଜୟ ପରେ ପୁଣି ଏହି ଭିଡିଓ ଭାଇରାଲ ହେଉଛି। ଭିଡିଓଟି ସୋସିଆଲ ମିଡିଆ ଏକ୍ସରେ ଏହି ଆଇଡି ଦ୍ୱାରା ପୋଷ୍ଟ କରାଯାଇଥିଲା। ଭାରତ ଓ ପାକିସ୍ତାନ ଉଭୟ ଦେଶରେ ଏହି ଭିଡିଓ ଘୂରିବୁଲୁଛି ଏବଂ ସମସ୍ତେ ଏଥିରେ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..