ରିପୋର୍ଟ କାର୍ଡ / ମୁମ୍ବାଇ
ଟେଲିଭିଜନ ଅଭିନେତା ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ଦିନ ପୋଲିସ୍ ତାଙ୍କୁ ଗିରଫ କରିଛି। ଏହି ମାମଲାରେ ପୋଲିସ୍ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ପ୍ରଥମେ କାର୍ରେ ଦୁଷ୍କର୍ମ କରାଯାଇଥିଲା ଓ ପରେ ତାଙ୍କ ସହ ବାରମ୍ବାର ଏହି ଘଟଣା ଦୋହରା ଯାଇଥିଲା । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ Protection of Children from Sexual Offences (POCSO) ଆକ୍ଟ ଆଧାରରେ ପର୍ଲଙ୍କୁ ଗିରଫ କରାଯାଇଛି। ପୋଲିସ୍ ପର୍ଲଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ଏହା ଏକ ପୁରୁଣା କେସ୍ ବୋଲି ପୋଲିସ୍ କହିଛି। ଟିଭି ସିରିୟଲ୍ରେ ଅଭିନୟ କରିବାର ଲୋଭ ଦେଖାଇ ପର୍ଲ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି। ଟେଲିଭିଜନ୍ ସିରିୟଲରେ ପର୍ଲ ୯ରୁ ଅଧିକ ବର୍ଷ ହେବ ଅଭିନୟ କରିଛନ୍ତି। ରିଲେସନ୍ଶିପ୍କୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। କିଛିଦିନ ଧରି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ସହ ତାଙ୍କର ରିଲେସନ୍ଶିପ୍କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। କିଛି ବର୍ଷ ହେବ ଉଭୟ ଏକାଠି ଥିଲେ ଓ ପରେ ସେମାନଙ୍କର ବ୍ରେକ୍ଅପ୍ ହୋଇ ଯାଇଥିଲା। ହେଲେ ଏବେବି ଉଭୟଙ୍କ ମଧ୍ୟରେ ବନ୍ଧୁତା ରହିଛି। ପର୍ଲ ‘ନାଗିନ୍ ୩’ ବ୍ୟତୀତ ଅନେକ ଟିଭି ସିରିୟଲରେ ଅଭିନୟ କରିଛନ୍ତି।






More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ପରଲୋକରେ ପ୍ରଦୀପ ରାୱତ…..
ଅଲ୍ଲୁ ଅର୍ଜୁନଙ୍କୁ ସମନ…..