ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ସରୁ ସରୁ ଦେଶରେ ତୈଳଦର ବୃଦ୍ଧି ହୋଇଛି | ୨ ମାସ ହେଲାଣି ଦେଶରେ ନିର୍ବାଚନ ଜାରି ରହିଥିଲା । ଏହି ସମୟରେ ଦେଶରେ ତେଲ ଦର କମ ଥିଲା । ଆଉ ଏହାରି ମଧ୍ୟକେ ନିର୍ବାଚନ ଶେଷ ହୋଇ ଫଳାଫଳ ମଧ୍ୟ ବାହାରିସାରିଛି। ନିର୍ବାଚନ ଶେଷ ହେବା ପରେ ତୈଳ କମ୍ପାନୀମାନେ ତେଲ ଦର ବଢାଇଛନ୍ତି। ମଙ୍ଗଳାବାର ପେଟ୍ରୋଲ ୧୫ ପଇସା ଓ ଡ଼ିଜେଲ୍ ୧୮ ପଇସା ବଢିଛି। ତେଣୁ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ତେଲଦର ବଢିଥିବାରୁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୦.୫୫ ଟଙ୍କା ପହଞ୍ଚିଥିବା ବେଳେ ଡିଜେଲ୍ ୮୦.୯୧ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୬ ଟଙ୍କା ଉପରେ ରହିଥିବା ବେଳେ ଡିଜେଲ ୮୭ ଟଙ୍କା ଉପରେ ରହିଛି। ସେହପରି ଭାବରେ ଚେନ୍ନାଇରେ ୯୨ ଟଙ୍କା ପେଟ୍ରୋଲ ଦର ରହିଥିବା ବେଳେ ୮୫ ଟଙ୍କା ଉପରେ ରହିଛି ଡିଜେଲର ଦର। ହେଲେ ନିର୍ବାଚନ ସମୟରେ ପେଟ୍ରୋଲ ଓ ଡିଜେଲର ଦର ୭୭ ଓ ୭୪ ପଇସା ହ୍ରାସ ହୋଇଥିଲା। ଦେଶରେ ତୈଳକୁ ଜିଏସଟି ଅଧୀନକୁ ଅଣାଯାଇନାହିଁ। ଯଦି ଏହାକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଆନ୍ତା ତେବେ ଦର କମନ୍ତା । କିନ୍ତୁ ବାରମ୍ବାର ଦାବି ପରେ ବି ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍କୁ ଜିଏସଟି ଅଧୀନକୁ ଅଣାଯାଇନାହିଁ।






More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..