ରିପୋର୍ଟ କାର୍ଡ / ଭୁବନେଶ୍ୱର
ସେପ୍ଟେମ୍ବର ୩୦ରେ ପିପିଲି ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ | ମତଦାନ ପ୍ରକ୍ରିୟା କିଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳାର ସହିତ ଶେଷ ହେବ ସେଥିପ୍ରତି ରାଜ୍ୟ ନିର୍ବାଚନ ଆୟୋଗ ଧ୍ୟାନ ଦେଇଛନ୍ତି | ପିପିଲି ନିର୍ବାଚନମଣ୍ଡଳୀରେ ୨୦୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ୧୨ଟି ବୁଥ୍ ରେ ଭିଡିଓ କାଷ୍ଟିଂ ବ୍ୟବସ୍ଥା ରହିବ । ଏହି ବୁଥ୍ ଗୁଡିକରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ରହିବ। ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛନ୍ତି | ନିର୍ବାଚନ କାମ ପାଇଁ ୪୦୩ ଗାଡି ଭଡାରେ ନିଆଯାଇଛି । ନିର୍ବାଚନ କାମରେ ନିୟୋଜିତ କର୍ମଚାରୀ ଡବଲ୍ ଡୋଜ୍ ଟିକା ନେଇଥିବା ଜରୁରୀ । ଡବଲ୍ ଡୋଜ୍ ନେଇନଥିବା କର୍ମଚାରୀ କ୍ୟାମ୍ପ୍ ରୁ ଟିକା ନେଇପାରିବେ । କୋଭିଡ୍ ସାର୍ଟିଫିକେଟ୍ ଥିଲେ ସେମାନଙ୍କୁ ଅନୁମତି ମିଳିବ । ବୈଷୟିକ ତ୍ରୁଟି ପାଇଁ ୮ଜଣ ଇଞ୍ଜିନିୟର ରହିବେ । ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ଭିନ୍ନକ୍ଷମଙ୍କୁ ଗାଡିରେ ବୁଥ୍ ପର୍ଯ୍ୟନ୍ତ ଆଣିବା ପାଇଁ ବ୍ୟବସ୍ଥା କରାଯିବ । କୋଭିଡ୍ ଆକ୍ରାନ୍ତ ଘରେ ରହି ଭୋଟ୍ ଦେଇପାରିବେ ।
Discussion about this post