Report Card Odisha

| Daily Odia News

ଗେହଲଟଙ୍କୁ ଧମକ ଦେଲେ ପାଇଲଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ୫ ଦିନିଆ ଜନସଂଘର୍ଷ ଯାତ୍ରା ଶେଷ କରିବାପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଧମକ ଦେଇଛନ୍ତି। ପୂର୍ବତନ ବିଜେପି ସରକାରରେ ହୋଇଥିବା ଦୁର୍ନୀତି ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଇଲଟ ଦାବି କରିଛନ୍ତି। ପାଇଲଟ କହିଛନ୍ତି, ଯଦି ଚଳିତ ମାସ ଶେଷ ସୁଦ୍ଧା ଆମ ଦାବି ପୂରଣ ନହୁଏ ତେବେ ସମଗ୍ର ରାଜ୍ୟରେ ମୁଁ ସାଧାରଣ ଲୋକଙ୍କୁ ଧରି ଆନ୍ଦୋଳନ କରିବି। ଆମେ ପ୍ରତି ଗାଁ ଏବଂ ପ୍ରତି ଅଞ୍ଚଳରେ ପହଞ୍ଚିବୁ। ପାଇଲଟ ଦୁର୍ନୀତି ବିରୋଧରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏଥିସହ ରାଜସ୍ଥାନ ଲୋକସେବା ଆୟୋଗ କୁ ଭାଙ୍ଗିବା ସହ ଏହାର ପୁନର୍ଗଠନ ଦାବି କରିଛନ୍ତି। ‌‌ପେପର୍‌ ଲିକ୍‌ ପାଇଁ ସରକାରୀ ନିଯୁକ୍ତି ପରୀକ୍ଷା ବାତିଲ ଯୋଗୁ ପ୍ରଭାବିତଙ୍କୁ କ୍ଷତିପୂରଣ ପାଇଁ ପାଇଲଟ ଦାବି କରିଛନ୍ତି। ପାଇଲଟ କହିଛନ୍ତି, ଶେଷ ନିଶ୍ବାସ ଥିବା ଯାଏ ମୁଁ ରାଜସ୍ଥାନର ଲୋକଙ୍କ ସେବା କରିବି। ମତେ କେହି ଭୟ ଦେଖାଇ ପାରିବେନି କି ଦବାଇ ପାରିବେନି। ମୁଁ ଲୋକଙ୍କ ପାଇଁ ଲଢ଼ୁଛି ଏବଂ ଲଢ଼ିବି। କୌଣସି ବ୍ୟକ୍ତିଙ୍କ ‌ବିରୋଧରେ ସେ ଆନ୍ଦୋଳନ କରୁନାହାନ୍ତି ବରଂ ଦୁର୍ନୀତି ବିରୋଧରେ ସେ ଆନ୍ଦୋଳନ କରୁଛନ୍ତି ବୋଲି କହିଛନ୍ତି।

Breaking News