ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶନିବାର ପ୍ରକାଶ ପାଇଛି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । CHSE କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି। କରୋନା ପାଇଁ ଏଥର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି। କଳା ରେଗୁଲାରରେ ପାସ୍ ହାର ୯୮.୫୮% ରହିଛି। ୧ ଲକ୍ଷ ୮୯ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ରେଗୁଲାର ଦ୍ୱିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ଛାତ୍ରଛାତ୍ରୀ, ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୯ ହଜାର ୫୦୫ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ୯୫ ଜଣ ପରୀକ୍ଷାର୍ଥୀ ୯୦% ଉପରକୁ ନମ୍ବର ରଖିଛନ୍ତି। ରେଗୁଲାର ଓ ଏକ୍ସରେଗୁଲାରକୁ ମିଶାଇ ପାସ୍ ହାର ୮୯.୪୯% ରହିଛି। ତେବେ ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ପାସ୍ ହାର ୮୫.୯୮% ଓ ଛାତ୍ରୀଙ୍କ ପାସ୍ ହାର ୯୨.୩୪%। ମଦ୍ରାସାରେ ୪୦୫ରୁ ୩୯୨ ଜଣ ପାସ୍ କରିଥିବା ବେଳେ ଉତ୍ତୀର୍ଣ୍ଣ ହାର ୯୬.୭% ରହିଛି। ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୩୩୧ ଜଣ ପାସ୍ କରିଥିବା ବେଳେ ଉତ୍ତୀର୍ଣ୍ଣ ହାର ୮୬.୦୨% ରହିଛି। ଉଲ୍ଲେଖ ଯୋଗ୍ୟ -ଛାତ୍ରଛାତ୍ରୀମାନେ orissaresults.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ।
Discussion about this post