ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ବିଧାନସଭାପାଇଁ ଉଠୁଛି ପଡୁଛି | ଶାସକ ଟିଏମସି ଓ ବିଜେପି ମଧ୍ୟରେ ବକ ଯୁଦ୍ଧ ଚାଲିଛି | ପରସ୍ପର କୁ ଟାର୍ଗେଟ କରିବାରେ ଲାଗିପଡିଛନ୍ତି | ମାର୍ଚ୍ଚ ୨୭ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ଯୋଜନା କରାଯାଉଛି। ଏହି ମର୍ମରେ ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟୁଇଟ୍ କରି କହିଛନ୍ତି ଯେ, ରାଜ୍ୟରେ ଗତ ୭୦ ବର୍ଷ ଧରି କଂଗ୍ରେସ,ବାମଦଳ ଏବଂ ତୃଣମୂଳ କଂଗ୍ରେସ ନିଜ ନିଜ ଶାସନ କାଳରେ ଲୋକଙ୍କୁ କେବଳ ଠକି ଛନ୍ତି। ବିକାଶର ପ୍ରତିଶ୍ରୁତି ଦେଇ ରାଜ୍ୟର ଜନସାଧାରଣଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚାଯାଇ ନାହିଁ। ପ୍ରତିଶ୍ରୁତିର ସ୍ବପ୍ନ ପ୍ରବଞ୍ଚନା ପାଲଟିଛି। ରାଜ୍ୟରେ କ୍ଷମତା ଦଖଲ କରିଥିବା ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଦୁର୍ନୀତିରେ ରେକର୍ଡ କରିଥିବା ମୋଦି କହିଛନ୍ତି। କଂଗ୍ରେସ ଏବଂ ବାମଦଳ ସରକାରରେ ହୋଇଥିବା ଦୁର୍ନୀତିକୁ ମମତା ସରକାରଙ୍କ ଦୁର୍ନୀତି ଟପି ଯାଇଛି ବୋଲି ସେ ଟୁଇଟ୍ କରିଛନ୍ତି।
More Stories
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ,ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ….
ପରାକ୍ରମ ଦେଖାଇଲା ନୌବାହିନୀ…..
ସେନା ପୋଷ୍ଟ ଉପରେ ଆକ୍ରମଣ…..