Report Card Odisha

| Daily Odia News

ସେକ୍ସ ରାକେଟ, ୧୨ ଯୁବତୀ ଓ ୧୧ ଯୁବକ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସେକ୍ସ ରାକେଟର ପର୍ଦାଫାଶ କରିଛି ଗୌତମବୁଦ୍ଧ ନଗର ଗ୍ରେଟର ନୋଏଡା ପୋଲିସ । ୧୨ ଯୁବତୀ ଓ ୧୧ ଯୁବକଙ୍କୁ ଗିରଫ କରିଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ । କିଛି ସେନା କର୍ମଚାରୀ ମଧ୍ୟ ଏହି ହାଇ ପ୍ରୋଫାଇଲ ରାକେଟରେ ସାମିଲ ଥିବା ଆରୋପ ଲାଗିଛି। ଘଟଣାକୁ ନେଇ ଗୌତମବୁଦ୍ଧ ନଗର କମିଶନର ଆଲୋକ ସିଂହ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନୋଏଡା ଜୋନର ଡିସିପି ରାଜେଶ ସିଂହ କହିଛନ୍ତି, ସେକ୍ସ ରାକେଟ ପର୍ଦ୍ଦାଫାଶ ପରେ ୧୨ ଯୁବତୀଙ୍କ ସମେତ ୨୩ ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ଛଡା ୪ କନେଷ୍ଟବଳ ଓ ଜଣେ ହେଡ଼ କନେଷ୍ଟବଳଙ୍କ ସହ ପୋଲିସ ଗାଡି ଚାଳକଙ୍କୁ ଲାଇନ ହାଜର କରାଯାଇଛି। ଗ୍ରେଟର ନୋଏଡା ପୋଲିସ ଦନକୌର ଥାନା ଅନ୍ତର୍ଗତ ଚିଣ୍ଟି ଅଞ୍ଚଳରେ ଥିବା ନ୍ୟୁ କ୍ରାଉନ ପ୍ଲାଜା ହୋଟେଲରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୧୨ ଯୁବତୀ ଓ ୧୧ ଯୁବକ ଆପତ୍ତିଜନକ ପରିସ୍ଥିତିରେ ଥିଲେ। ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ହୋଟେଲରେ ସେକ୍ସ ରାକେଟ ଚାଲିଥିଲା। ରାକେଟରେ ହୋଟେଲ ମ୍ୟାନେଜର ଲିପ୍ତ ଥିବା ଜଣାପଡିଛି। ଗ୍ରେଟର ନୋଏଡା ଏସପିଙ୍କ ନେତୃତ୍ତ୍ୱରେ ହୋଟେଲରେ ପୋଲିସ ଟିମ ଚଢ଼ଉ କରୁଥିଲା। ସେକ୍ସ ରାକେଟର ପର୍ଦ୍ଦାଫାଶ କରିବାକୁ ଚଢ଼ଉ ହେଉଥିବା ଖବର ଦନକୌର ପୋଲିସ ପାଖରେ ବି ନଥିଲା। କାରଣ ସେକ୍ସ ରାକେଟକୁ ନେଇ ସ୍ଥାନୀୟ ପୋଲିସର ଭୂମିକା ସନ୍ଦିଗ୍ଧ ନଜର ଆସିଥିଲା। ପୋଲିସ କମିଶନର ଆଲୋକ ସିଂହ ମାମଲାର ଯାଞ୍ଚ ଆରମ୍ଭ କରିଥିଲେ। ମାମଲାରେ ୪ କନେଷ୍ଟବଳ, ଜଣେ ହେଡ଼ କନେଷ୍ଟବଳ ଓ ଜଣେ ଡ୍ରାଇଭରକୁ ଲାଇନ ହାଜର କରାଯାଇଛି। ଅନ୍ୟ ସନ୍ଦିଗ୍ଧ ପୋଲିସ କର୍ମୀଙ୍କ ଉପରେ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେକ୍ସ ରାକେଟ ଖୁଲାସା ପରେ ଡିସିପି ରାଜେଶ ସିଂହ ଜଣେ ସନ୍ଦିଗ୍ଧ ଥାନା ଇନଚାର୍ଜଙ୍କ ବିରୋଧରେ ପୋଲିସ କମିଶନରଙ୍କୁ ରିପୋର୍ଟ ପଠାଇଛନ୍ତି। ତାଛଡା ଦନକୌର ଥାନା ଓ ଆଖପାଖ ଥାନାରେ ନିୟୋଜିତ ଥିବା ପୋଲିସକର୍ମୀଙ୍କ ଭୂମିକାକୁ ନେଇ ମଧ୍ୟ ଯାଞ୍ଚ ହେଉଛି।

Breaking News