Report Card Odisha

| Daily Odia News

ସଟ୍‌ଡାଉନ୍ ସମୟରେ ପାଟ୍ରୋଲିଂ କଡାକଡି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ହୁହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ। କରୋନା କୁ ମତଦେବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି | ଆଜି ରାତି ୯ଟା ରୁ ରାଜ୍ୟରେ ଆରମ୍ଭ ହେଉଛି କର୍ଫ୍ୟୁ । ଆସନ୍ତା ସୋମବାର ଭୋର ୫ଟା ଯାଏଁ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ସହ ଶନିବାର ଓ ରବିବାର ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ତେବେ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କହିଛନ୍ତି ଯେ, ନାଇଟ କର୍ଫ୍ୟୁ ଓ ସଟଡାଉନ ସମୟରେ ଟୁଇନ ସିଟିରେ ୬୮ ପଏଣ୍ଟରେ ଚେକିଂ କରାଯିବ। କଟକରେ ୨୫ ଜାଗାରେ ଓ ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ କରାଯିବ। କଟକରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ ବୋଲି ସିପି କହିଛନ୍ତି। ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ, ୧୫୦ ଅଫିସର ଦାୟିତ୍ୱରେ ବି ରହିବେ। ଏହାସହ ନାକା ପଏଣ୍ଟରେ ଲୋକମାନଙ୍କୁ ଚେକିଂ କରିବେ ପୋଲିସ କର୍ମଚାରୀ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ଯାଆସ ସହଜରେ କରିପାରିବେ ବୋଲି କମିଶନର କହିଛନ୍ତି। ଅତ୍ୟାବଶ୍ୟକ ସେବା କର୍ମଚାରୀଙ୍କ ପାଇଁ ସ୍ପେଶାଲ ପାସ୍‌ର କୌଣସି ଆବଶ୍ୟକତା ନାହିଁ। ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ କାମକୁ ଯାଇପାରିବେ କର୍ମଚାରୀ। ଏହାସହ ସମସ୍ତଙ୍କୁ କଟକଣା ପାଳନ କରିବାକୁ ନିବେଦନ କଲେ କମିଶନର। ଏହି ସମୟରେ ଯେଉଁମାନେ ନିୟମ ମାନିବେ ନାହିଁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।

 

 

Breaking News