ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ଏବଂ ବାଂଲାଦେଶକୁ ସଂଯୋଗ କରୁଥିବା ‘ମୈତ୍ରୀ ସେତୁ‘କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାକୁ ଲୋକାର୍ପଣ କରିଛନ୍ତି। ଭିଡିଓ କନ୍ଫରେନ୍ସରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହସିନା ମଧ୍ୟ ଉପସ୍ଥିତ ଥିଲେ। ଏହି ସେତୁ ଦୁଇ ଦେଶ ମଧ୍ୟରେ ବିଶେଷ କରି ଉତ୍ତର-ପୂର୍ବ ଭାରତ ସହିତ ବାଂଲାଦେଶର ଯୋଗାଯୋଗକୁ ସୁଦୃଢ଼ କରିବ ବୋଲି ହସିନା କହିଛନ୍ତି। ‘ମୈତ୍ରୀ ସେତୁ’ ସହିତ ପ୍ରଧାନମନ୍ତ୍ରୀ ତ୍ରିପୁରାରେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଡବଲ ଇଞ୍ଜିନ ସରକାର ନ ଥିବା ବଡ଼ ରାଜ୍ୟଗୁଡ଼ିକ ପାଇଁ ତ୍ରିପୁରା ଏକ ରୋଲ ମଡେଲ ଭାବେ ଉଭା ହେଉଛି। କେନ୍ଦ୍ର ସରକାର ସହିତ ଯେଉଁ ସରକାରମାନେ କଳିଝଗଡ଼ା କରି ସମୟ ବରବାଦ କରୁଛନ୍ତି ସେମାନେ ଏବେ ଅନୁତାପ କରୁଛନ୍ତି। ଶକ୍ତି କ୍ଷେତ୍ରରେ ଏକଦା ନିଅଣ୍ଟ ଥିବା ତ୍ରିପୁରା ଆଜି ଶକ୍ତି କ୍ଷେତ୍ରରେ ବଳକା ରାଜ୍ୟ ପାଲଟିଛି। ଉଲ୍ଲେଖ ଯେ, ‘ମୈତ୍ରୀ ସେତୁ’ ଫେନି ନଦୀ ଉପରେ ନିର୍ମିତ ହୋଇଛି। ତ୍ରିପୁରା ସୀମା ଏବଂ ବାଂଲାଦେଶ ମଧ୍ୟରେ ଏହି ନଦୀ ପ୍ରବାହିତ ହେଉଛି। ଏହି ସେତୁର ଦୈର୍ଘ୍ୟ ୧.୯ କିଲୋମିଟର। ଭାରତର ସବରୁମ ଏବଂ ବାଂଲାଦେଶର ରାମଗଡ଼ ସହିତ ଏହି ସେତୁ ସଂଯୋଗ ହୋଇଛି। ଏହାର ନିର୍ମାଣ ପାଇଁ ୧୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……