Report Card Odisha

| Daily Odia News

କରୋନା ସ୍ଥିତି ନେଇ ମୋଦି-ବାଇଡେନଙ୍କ ମଧ୍ୟରେ ‌ଆଲୋଚନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ଦ୍ୱିତୀୟ ଲହର ସାଂଘାତିକ କ୍ଷତିଗ୍ରସ୍ତ ହେବା ପରେ ସହୟତାର ପ୍ରତିଶ୍ରୁତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ | ଏନେଇ ଆମେରିକା ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି କରୋନା ମହାମାରୀ ପାଇଁ ସୃଷ୍ଟି ହୋଇଥିବା ଆଞ୍ଚଳିକ ଓ ବିଶ୍ବ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା ନେଇ ଜଣା ପଡିଛି । ଏହାପୂର୍ବରୁ ଭାରତରେ ଅଧିକରୁ ଅଧିକ କୋଭିସିଲ୍ଡ ଟିକା ଉତ୍ପାଦନ କରିବା ଲାଗି ଆମେରିକା ଆବଶ୍ୟକୀୟ କଞ୍ଚା ମାଲ୍ ଓ ଅନ୍ୟ ମେଡିକାଲ ଉପକରଣ ଯୋଗାଇଦେବ ବୋଲି ପୂର୍ବରୁ ଘୋଷଣା କରିଥିଲା । ସମସ୍ୟାର ମୁକାବିଲା ଦିଗରେ ସହଭାଗିତାର ପାଇଁ ଗୁରୁତ୍ବ ଦେଇଛନ୍ତି। ଏହାସହ କରୋନା ଟେଷ୍ଟିଂ କିଟ୍, ଭେଣ୍ଟିଲେଟର ଓ ପିପିଇ କିଟ୍ ଯୋଗାଇ ଦେବା ସମ୍ପର୍କରେ ମଧ୍ୟ ଅଲୋଚନା ହୋଇଥିବା ହ୍ୱାଇଟ୍ ହାଉସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ତେବେ ଆଲୋଚନା ବେଳେ ଦୁଇ ଦେଶର କୋଭିଡ୍ ସ୍ଥିତି ନେଇ ଦୁଇ ନେତା ଫଳପ୍ରଦ ଆଲୋଚନା କରିଥିବା ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ।

Breaking News