ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଭୁବନେଶ୍ୱର ଖଣ୍ଡଗିରି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି | ବୋଝେଇ ଟ୍ରଲର ଖୋର୍ଦ୍ଧା ଆଡୁ ଭୁବନେଶ୍ୱର ଆସୁଥିଲା । ଖଣ୍ଡଗିରି ଓଭର ବ୍ରିଜ ପଛକୁ ଥିବା ହମ୍ସରେ ବ୍ରେକ ମାରିଥିଲେ ଡ୍ରାଇଭର। ଏହାଫଳରେ ଗାଡ଼ିରେ ଲୋଡ ହୋଇଥିଲା କଣ୍ଟେନର ଚେନ ଛିଡ଼ି ଯାଇଥିଲା । କଣ୍ଟେନର ସିଧା ଇଞ୍ଜିନ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ମାଲ ବୋଝେଇ ଟ୍ରଲର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି। ହେଲପରଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ହେଲପରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ରାସ୍ତା ଉପରେ ଦୁର୍ଘଟଣା ହୋଇ ପଡ଼ିଥିବା ଟ୍ରଲର ଏବଂ କଣ୍ଟେନରକୁ କ୍ରେନ୍ ଯୋଗେ ରାସ୍ତା ଉପରୁ କଢାଯାଇଛି।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..