ରିପୋର୍ଟ କାର୍ଡ / ଭୁବନେଶ୍ବର
ବାତ୍ୟା ‘ୟାସ୍’ ଯୋଗୁ କ୍ଷୟକ୍ଷତିର ଆକଳନ ପାଇଁ ଆସନ୍ତାକାଲି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ପ୍ରଧାନମନ୍ତ୍ରୀ ପ୍ରଥମେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ସମୀକ୍ଷା ବୈଠକ କରିବେ । ପରେ ବାଲେଶ୍ବର, ଭଦ୍ରକ ଏବଂ ପଶ୍ଚିମବଙ୍ଗର ପୂର୍ବ ମେଦିନପୁରରେ ଆକାଶ ମାର୍ଗରୁ ବାତ୍ୟା ସ୍ଥିତିର ସମୀକ୍ଷା କରିବେ। ଏହା ସହ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ମଧ୍ୟ ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି । ସେପଟେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ।
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..