ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ପୋଲିସ ପଞ୍ଝାରେ। ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ଡୋମିନିକାରେ ଧରାପଡିଛନ୍ତି । ପରେ ତାଙ୍କୁ ଆଣ୍ଟିଗୁଆ ପୋଲିସକୁ ହସ୍ତାନ୍ତର କରାଯାଇଛି। ଚଳିତ ମାସ ୨୩ ତାରିଖରେ ଚୋକ୍ଷି ଆଣ୍ଟିଗୁଆରେ ଥିବା ତାଙ୍କ ବାସଭବନରୁ ଏକ ପ୍ରସିଦ୍ଧ ଭୋଜନାଳୟକୁ ଖାଇବାକୁ ଯାଇ ଆଉ ଫେରିନଥିଲେ। ତାଙ୍କ ଗାଡିକୁ ଠାବ କରାଯାଇଥିଲେ ମଧ୍ୟ ଚୋକ୍ଷିଙ୍କ ସନ୍ଧାନ ମିଳିନଥିଲା। ସୂଚନାଯୋଗ୍ୟ ଯେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ବହୁକୋଟି ଟଙ୍କା ଦୁର୍ନୀତିରେ ଅଭିଯୁକ୍ତ ମେହୁଲ ଚୋକ୍ଷିଙ୍କ ବିରୁଦ୍ଧରେ ଭାରତୀୟ ଅପରାଧ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକାଧିକ ମାମଲା ରୁଜ୍ଜୁ କରିଛି। ତେବେ ପିଏନବି ଦୁର୍ନୀତି ଲୋକଲୋଚନକୁ ଆସିବାର ପ୍ରାୟ ଏକମାସ ପୂର୍ବରୁ ୨୦୧୮ ଜାନୁଆରୀରେ ଚୋକ୍ଷି ଭାରତ ଛାଡି ଦ୍ୱୀପଦେଶ ଆଣ୍ଟିଗୁଆକୁ ଚାଲିଯାଇଥିଲେ। ସେ ୨୦୧୭ରେ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଥିଲେ। ଆଣ୍ଟିଗୁଆରୁ ନିଖୋଜ ହେବାର ତିନିଦିନ ପରେ ତାଙ୍କୁ ଡୋମିନିକାରେ ଠାବ କରାଯାଇଥିଲା। ଏହି ପଳାତକ ବ୍ୟବସାୟୀଙ୍କ ବିରୁଦ୍ଧରେ ଜାରି ୟେଲୋ ନୋଟିସ ବଳରେ ସ୍ଥାନୀୟ ପୁଲିସ ତାଙ୍କୁ ଗିରଫ କରିଥିଲା। ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷହେବା ପରେ ତାଙ୍କୁ ଆଣ୍ଟିଗୁଆ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି। ପିଏନବି ଦୁର୍ନୀତିରେ ସଂପୃକ୍ତ ମେହୁଲ ଚୋକ୍ଷିଙ୍କ ପୁତୁରା ନୀରବ ମୋଦି ଲଣ୍ଡନ ଚାଲିଯାଇଥିବାବେଳେ ସେଠାରେ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି। ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପ୍ରକ୍ରିୟା ଚାଲିଛି।
More Stories
ଟ୍ରମ୍ପ କଲେ ଘୋଷଣା,ବଢିଲା ପନ୍ନୁର ସମସ୍ୟା….
ହିମନ୍ତଙ୍କୁ କଡ଼ା ଜବାବ ଦେଲେ ଗୌରବ ଗୋଗଇ,ମୁଁ ଭାରତର ‘ର’ ଏଜେଣ୍ଟ୍…..
ବନ୍ଦହେବ ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟ…..