ଭାରତୀୟ ଖେଳଣା ମେଳାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫୋରେନ୍ସିଂ ଜରିଆରେ ଉଦଘାଟନୀ କରିଥିଲେ ମୋଦି । ଏହି ଅବସରରେ ଆମ ଦେଶର ଖେଳନା ଶିଳ୍ପରେ ଏକ ବିରାଟ ଶକ୍ତି ଲୁଚି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଶକ୍ତିକୁ ବୃଦ୍ଧି କରିବା ସହ ଏହାର ପରିଚୟ ବୃଦ୍ଧି ହିଁ ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଏକ ବଡ ଅଂଶ । ପ୍ରଥମ ଖେଳନା ମେଳା କେବଳ ବ୍ୟବସାୟ କିମ୍ବା ଆର୍ଥିକ କାର୍ୟ୍ୟକ୍ରମ ନୁହେଁ । ଏହି କାର୍ୟ୍ୟକ୍ରମ ଦେଶର ପୁରାତନ କ୍ରୀଡା, ଉଲ୍ଲାସ, ସଂସ୍କୃତିକୁ ମଜଭୂତ କରିବା ପାଇଁ ଏକ ମାଧ୍ୟମ ହେବ ।
ସିନ୍ଧୁଘାଟୀ ସଭ୍ୟତା, ମୋହେଞ୍ଜୋ-ଦାରୋ ଏବଂ ହରପ୍ପା ଯୁଗରୁ ମିଳିଥିବା ଖେଳଣା ଉପରେ ସମଗ୍ର ବିଶ୍ୱ ଗବେଷଣା କରିଛି । ପ୍ରାଚୀନ କାଳରେ ବିଶ୍ୱର ଯାତ୍ରୀମାନେ ଭାରତ ଆସି କ୍ରୀଡା ଖେଳିବା ସହ ତାହାର ଶିକ୍ଷା ମଧ୍ୟ ଗ୍ରହଣ କରୁଲେ । ଏହାସହ ମୋଦି କହିଛନ୍ତି ଚେସ ଯାହା ଆଜି ବିଶ୍ୱରେ ବେଶ ଲୋକପ୍ରିୟ । ଏହା ପୂର୍ବରୁ ଭାରତରେ ଚାତୁରଙ୍ଗା କିମ୍ବା ଚାଦୁରଙ୍ଗା ନାମରେ ଖେଳାଯାଉଥିଲା । ଆଧୁନିକ ଲୁଡୋ ସେହି ସମୟରେ ପାଚିସି ଭାବରେ ଖେଳାଯାଉଥିଲା । ଏହାସହ ଆମ ଶାସ୍ତ୍ରରେ ମଧ୍ୟ ବଳରାମଙ୍କ ସହ ଜଡିତ ବିଭିନ୍ନ ଖେଳାନା ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେଉଁଭଳି ଭାବେ ଭାରତୀୟଙ୍କ ଜୀବନଶୈଳୀ ରହିଛି ତାହା ଆମ ଖେଳନାରେ ମଧ୍ୟ ପ୍ରତିଫଳିତ ହୋଇଛି ।
ଅଧିକାଂଶ ଭାରତୀୟ ଖେଳନା ପ୍ରାକୃତିକ ଏବଂ ପରିବେଶ ପାଇଁ ହିତକର ଜିନିଷରେ ନିର୍ମିତ । ଏଥିରେ ବ୍ୟବହୃତ ରଙ୍ଗ ମଧ୍ୟ ପ୍ରାକୃତିକ ଓ ନିରାପଦ ଅଟେ । ଆମର ଏପରି ଖେଳନା ପ୍ରସ୍ତୁତ ହୋଇଥାଏ ଯାହା ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ । ଆଜି ମଧ୍ୟ ଭାରତୀୟ ଖେଳନା ଆଧୁନିକ ଖେଳାନା ଅପେକ୍ଷା ଖୁବ ଭଲ । ଖାଲି ସେତିକି ନୁହେଁ ଶସ୍ତା ସହ ସାମାଜିକ-ଭୌଗୋଳିକ ପରିବେଶ ସହ ମଧ୍ୟ ଖେଳନା ଜଡିତ । ଦେଶ ଖେଳନା ଶିଳ୍ପକୁ ୨୪ଟି ପ୍ରମୁଖ କ୍ଷେତ୍ରରେ ସ୍ଥାନିତ କରିଛି । ଜାତୀୟ ଖେଳନା କାର୍ୟ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଥିରେ ୧୫ଟି ମନ୍ତ୍ରାଳୟ ଏବଂ ବିଭାଗ ଅନ୍ତର୍ଭୁକ୍ତ କରାଯାଇଛି । ଯାହାଦ୍ୱାରା ଏହି ଶିଳ୍ପଗୁଡିକ ପ୍ରତିଯୋଗିତାମୂଳକ ହୋଇ ପାରିବେ । ଦେଶ ଖେଳନାରେ ଆତ୍ମନିର୍ଭରଶୀଳ ହେବେ ଏବଂ ଭାରତର ଖେଳନା ଦୁନିଆକୁ ଯିବ ।
More Stories
ଆଦାନୀଙ୍କ ନିୟନ୍ତ୍ରଣରେ ମୋଦୀ…..
ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ…..
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….