ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଦଳିଲା ଦେଶର ସର୍ବୋଚ୍ଚ ଖେଳରତ୍ନ ପୁରସ୍କାର ନାମ |’ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେଲା ‘ଧ୍ୟାନଚାନ୍ଦ ଖେଳରତ୍ନ’ ପୁରସ୍କାର | ଭାରତରେ ଦିଆଯାଉଥିବା ରାଜୀବ ଗାନ୍ଧୀ ‘ଖେଳରତ୍ନ’ ଆୱାର୍ଡର ନାଁ କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ନାମରେ ନାମିତ ହୋଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଜରିଆରେ ଏହାର ଘୋଷଣା କରିଛନ୍ତି । ମୋଦୀ କହିଛନ୍ତି ଯେ, ଧ୍ୟାନଚାନ୍ଦଙ୍କ ନାଁରେ ନାମିତ ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା । ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଖେଳରତ୍ନର ନାଁ ପରିବର୍ତ୍ତନ ହୋଇଛି ବୋଲି ମୋଦୀ କହିଛନ୍ତି । ନୂଆ ଘୋଷଣା ପରେ ଏବେ ପୁରସ୍କାରର ନାଁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡ କୁହାଯିବ । ଖାସ୍ କଥା ହେଉଛି କି, ଗୋଟିଏ ଦିନ ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପତକ ହାତେଇଛି ଭାରତ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ‘ଦେଶକୁ ଗର୍ବିତ କରିଥିବା ମୁହୂର୍ତ୍ତ ମଧ୍ୟରେ ଅନେକ ଦେଶବାସୀଙ୍କ ଅନୁରୋଧ ମଧ୍ୟ ସାମ୍ନାକୁ ଆସିଛି ଯେ ଖେଳରତ୍ନ ପୁରସ୍କାରର ନାମ ମେଜର ଧ୍ୟାନଚାନ୍ଦ ଜୀଙ୍କୁ ସମର୍ପିତ କରାଯିବା ଉଚିତ । ଲୋକଙ୍କ ଭାବନାକୁ ବିଚାରକୁ ନେଇ ବର୍ତ୍ତମାନ ଏହାକୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ନାଁରେ ନାମିତ କରାଯାଉଛି । ଜୟ ହିନ୍ଦ!’
Discussion about this post