ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ସୁରକ୍ଷାଗତ ତ୍ରୁଟି ସଂକ୍ରାନ୍ତ ତଦନ୍ତ କରିବା ଲାଗି ରାଜ୍ୟ ସରକାର ଆଜି ଦୁଇଜଣିଆ ସଦସ୍ୟବିଶିଷ୍ଟ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀଙ୍କ କାର୍ଯ୍ୟାଳୟରୁ ଜାରି ବିବୃତି ଅନୁସାରେ, ଉକ୍ତ କମିଟିର ସଦସ୍ୟମାନେ ହେଉଛନ୍ତି ଅବସରପ୍ରାପ୍ତ ବିଚାରପତି ମେହତାବ ସିଂହ ଗିଲ୍ ଏବଂ ଗୃହ ବ୍ୟାପାର ଓ ବିଚାରର ପ୍ରମୁଖ ସଚିବ ଅନୁରାଗ ବର୍ମା। ତେଣେ, ପ୍ରଧାମନ୍ତ୍ରୀଙ୍କ ପଞ୍ଜାବଗସ୍ତକାଳୀନ ନିରାପତ୍ତାଗତ ତ୍ରୁଟି ସମ୍ବନ୍ଧୀୟ ବିବାଦ କଥା ସୁପ୍ରିମ୍ କୋର୍ଟରେ ମଧ୍ୟ ପହଞ୍ଚି ସାରିଛି। ଆସନ୍ତାକାଲି ସୁପ୍ରିମ୍ କୋର୍ଟ ଏହି ମାମଲାର ଶୁଣାଣି କରିପାରନ୍ତି। ଉଲ୍ଲେଖଯୋଗ୍ୟ, ୪୨,୭୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବହୁବିଧ ବିକାଶ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ନିମନ୍ତେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିରୋଜପୁର ଗସ୍ତ ନିର୍ଦ୍ଧାରିତ ହୋଇଥିଲା। ଗୃହ ମନ୍ତ୍ରାଳୟ ମଧ୍ୟ ବିବୃତି ଦେଇ କହିଛି, ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ବଥିଣ୍ଡାରେ ଅବତରଣ କରି ହେଲିକପ୍ଟର୍ ଯୋଗେ ହୁସେନିୱାଲାସ୍ଥିତ ‘ଜାତୀୟ ସହିଦ ସ୍ମାରକ’କୁ ଯାଇଥାଆନ୍ତେବର୍ଷା ଏବଂ ଦୃଶ୍ୟତା ଖରାପ ଥିଲା। ପାଗ ଭଲ ହେବା ଆଶାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରାୟ ୨୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ, ପାଗ ଭଲ ନ ହେବାରୁ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ସେଠାକୁ ଯିବେ ବୋଲି ନିଷ୍ପତ୍ତି ନିଆଗଲା। ସଡ଼କ ପଥରେ ସେଠାକୁ ଯିବାକୁ ୨ ଘଣ୍ଟାରୁ ଅଧିକ ସମୟ ଲାଗେ। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଥା ପଞ୍ଜାବ ପୁଲିସ ଡିଜିପି ସୁନିଶ୍ଚିତ କରିବା ପରେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଯାତ୍ରା ଆରମ୍ଭ କରିଥିଲେ। ମାତ୍ର, ‘ଜାତୀୟ ସହିଦ ସ୍ମାରକୀ’ର ୩୦ କିଲୋମିଟର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଗୋଟାଏ ‘ଫ୍ଲାଇଓଭର୍’ରେ ପହଞ୍ଚିବା ପରେ ଜଣାପଡ଼ିଲା କେତେକ ପ୍ରତିବାଦକାରୀ ସେ ରାସ୍ତା ଅବରୋଧ କରିଛନ୍ତି। ତେଣୁ, ପ୍ରଧାନମନ୍ତ୍ରୀ ସେ ‘ଫ୍ଲାଇଓଭର୍’ରେ ୧୫-୨୦ ମିନିଟ୍ ଅଟକି ରହିଲେ। ପଞ୍ଜାବ ସରକାର ଏ ସଂକ୍ରାନ୍ତ ବିବୃତିରେ କହିଛନ୍ତି, ଏଇଟା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟନିର୍ଘଣ୍ଟ ଏବଂ ଯାତ୍ରା ଯୋଜନା ବହୁପୂର୍ବରୁ ପଞ୍ଜାବ ସରକାରଙ୍କୁ ଅବଗତ କରାଇବାର ଥିଲା। ସେହି ଅନୁସାରେ, ଗମନାଗମନ ଏବଂ ନିରାପତ୍ତା ନିମନ୍ତେ ଆବଶ୍ୟକ ବନ୍ଦୋବସ୍ତ କରାଯାଇ ପାରିଥାଆନ୍ତା।
More Stories
ଟ୍ରମ୍ପ କଲେ ଘୋଷଣା,ବଢିଲା ପନ୍ନୁର ସମସ୍ୟା….
ହିମନ୍ତଙ୍କୁ କଡ଼ା ଜବାବ ଦେଲେ ଗୌରବ ଗୋଗଇ,ମୁଁ ଭାରତର ‘ର’ ଏଜେଣ୍ଟ୍…..
ବନ୍ଦହେବ ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟ…..