ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀ ସହିତ ସାରା ବିଶ୍ୱ ଲଢ଼େଇ କରୁଥିବା ବେଳେ ସହଯୋଗର ହାତ ବଢ଼ାଇଛି ଆମେରିକା । ମୋଟ୍ ୮ କୋଟି ଡୋଜ୍ ଟିକା ବାଣ୍ଟିବ ବୋଲି ନିକଟରେ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟିକା ଆବଣ୍ଟନ ପ୍ଲାନ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫କୋଟି ୫୦ ଲକ୍ଷ ଡୋଜ୍ ଟିକା କାହାକୁ ଓ କେମିତି ଦିଆଯିବ ସେବାବଦରେ ସୂଚନା ଦେଇଛି ଆମେରିକା । ଏଥିରୁ ୧ କୋଟି ୬୦ ଲକ୍ଷ ଡୋଜ୍ ଟିକା ଭାରତ ଓ ବାଂଲାଦେଶ ଭଳି ଦେଶକୁ ମିଳିବ । ଚଳିତମାସ ଶେଷ ସୁଦ୍ଧା ବିଭିନ୍ନ ଦେଶକୁ ଆମେରିକା ପଠାଇବ ଟିକା । ମୋଟ୍ ୮ କୋଟି ଡୋଜ୍ ଟିକାର ୭୫ ପ୍ରତିଶତ କୋଭାକ୍ସ ଅଭିଯାନ ଜରିଆରେ ଆବଣ୍ଟିତ କରାଯିବ । ବାକି ୨୫ ପ୍ରତିଶତ ଟିକା ଅତ୍ୟଧିକ ସଂକ୍ରମିତ ଦେଶକୁ ଦେବ ଆମେରିକା । ଆମେରିକାର ସୂଚନା ଅନୁସାରେ ଭାରତ, ନେପାଳ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ସମେତ ଏସୀୟା ମହାଦେଶର ବିଭିନ୍ନ ଦେଶକୁ ପାଖାପାଖି ୧ କୋଟି ୬୦ ଲକ୍ଷ ଡୋଜ୍ ଟିକା ଦେବ । ନିକଟରେ ଶେଷ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଗରିବ ରାଷ୍ଟ୍ରକୁ ଟିକା ଯୋଗାଇବା ଉପରେ ଆଲୋଚନା ହୋଇଥିଲା ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..