ରିପୋର୍ଟ କାର୍ଡ / ଗଞ୍ଜାମ
ପ୍ରେମିକା ସହ କୌଣସି କଥା କଟାକଟିକୁ ନେଇ ପ୍ରେମିକକୁ ଜିଅନ୍ତା ଜାଳିଦେଲା ପ୍ରେମିକ | ମଙ୍ଗଳବାର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗାଁରେ ଏଭଳି ଘଟଣା ଘଟିଛି। ଫେରାର ହେବା ପାଇଁ ଯୋଜନା କରିଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଛି ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ । ଅଭିଯୋଗ ଅନୁସାରେ, ଗତକାଲି ପ୍ରତାପୁର ଗାଁରେ ଥିବା ଏକ ପରିତ୍ୟକ୍ତ ଘରେ ଉଭୟ ଯୁବକ ଓ ଯୁବତୀ କଥାବାର୍ତ୍ତା ହେଉଥିଲେ। କିନ୍ତୁ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ର, ଯୁବତୀଙ୍କ ଉପରକୁ କିଛି ଦହନଶୀଳ ପଦାର୍ଥ ଫୋପାଡି ଦେଇଥିଲେ। ଏଥିରେ ଯୁବତୀଙ୍କର ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ଯୁବତୀ ଜଣଙ୍କ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଏହାପରେ ପୋଲିସ୍ ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଗିରଫ କରିଛି। ମୃତ ଯୁବତୀଜଣଙ୍କ ପୋଲସରା ଅଞ୍ଚଳର ବୋଲି ଜଣାପଡ଼ିଛି । ବର୍ଷେ ହେବ ଯୁବକ-ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ସୂଚନା ମିଳିଛି ।
Discussion about this post